ଓମନି ଚ୍ୟାନେଲ୍ ବିକ୍ରି ଉପରେ ସେନକୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସର ଗୁରୁତ୍ୱ

ଭୁବନେଶ୍ୱର: ପୂର୍ବ ଭାରତର ସର୍ବବୃହତ ଗହଣା ଶୃଙ୍ଖଳା ସେନକୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ଏହି ମହାମାରୀ ସମୟରେ ଗ୍ରାହକଙ୍କ ନିକଟରେ ପହଂଚିବା ଲାଗି ଓମନି ଚ୍ୟାନେଲ୍ ଉପରେ ଅଧିକ ଗୁରୁତ୍ୱ ଦେଉଛି । ଗ୍ରାହକମାନେ ଯେଭଳି ସଂକ୍ରମଣ ବିଷୟରେ ଚିନ୍ତା ନକରି ଘରେ ସୁରକ୍ଷିତ ରହି ସପିଙ୍ଗ କରିପାରିବେ ସେଥିପାଇଁ ଏହି ସଂସ୍ଥା ପକ୍ଷରୁ ଅନେକ ଗ୍ରାହକ ମିତବ୍ୟୟୀ ଅଭିଯାନ ଗ୍ରହଣ କରାଯାଇଛି । ସେମାନେ ଏବେ ଭିଡିଓ କଲିଂ ଜରିଆରେ ଷ୍ଟୋର୍ ସହ ସମ୍ପର୍କ ସ୍ଥାପନ କରିପାରିବେ ଏବଂ ଇ-କାଟେଲଗ୍ ଦେଖିପାରିବେ । ଅଭିନବ ପ୍ରଯୁକ୍ତି ଜରିଆରେ ଗ୍ରାହକମାନେ ଅତି ସହଜରେ ସେମାନଙ୍କ ପସନ୍ଦର ଓ ଆକର୍ଷଣୀୟ ଗହଣା ଡିଜାଇନ ଚୟନ କରିପାରୁଛନ୍ତି ।

ଗ୍ରାହକମାନେ ୧୮୦୦୧୦୩୦୦୧୭ ଦେୟମୁକ୍ତ ନମ୍ବର ଡାଏଲ୍ କିମ୍ବା ଯେକୌଣସି ପସନ୍ଦର ଷ୍ଟୋର୍‌କୁ ଫୋନ୍ କରି ଆପଏଂଟ୍‌ମେଣ୍ଟ ବୁକ୍ କରିପାରିବେ ।  ଇ-କାଟେଲଗ୍ ଦେଖି ସେମାନେ ନିଜ ପସନ୍ଦର ଗହଣା ଚୟନ କରିପାରିବେ ଏବଂ ପସନ୍ଦର ସମୟ ଓ ତାରିଖ ଦେଇ ଭିଡିଓ କଲ୍ ପାଇଁ ସମୟ ନିର୍ଘଣ୍ଟ କରିପାରିବେ । ଭିଡିଓ କଲରେ ଷ୍ଟୋର୍ର ଜଣେ ଉତ୍ସର୍ଗୀକୃତ ଷ୍ଟାଫ୍ ଗ୍ରାହକ ଚୟନ କରିଥିବା ଗହଣାଗୁଡ଼ିକୁ ଦେଖାଇବେ ଏବଂ ଗ୍ରାହକଙ୍କୁ ଗହଣା କିଭଳି ଲାଗିବ ତାହା ପରିଧାନ କରି ଦେଖାଇବେ । ଥରେ ବରାଦ ଦିଆଯିବା ପରେ ଷ୍ଟୋର୍ ପକ୍ଷରୁ ସେହି ଗହଣାକୁ ସମସ୍ତ ସୁରକ୍ଷା ଓ ସ୍ୱଚ୍ଛତା ନିୟମ ପାଳନ କରି ଗ୍ରାହକଙ୍କ ଘରେ ପହଂଚାଇ ଦିଆଯିବ । କଂପାନି ପକ୍ଷରୁ ଇ-କମର୍ସ ପ୍ଲାଟଫର୍ମରେ ସପିଙ୍ଗ ପାଇଁ ଉତ୍ସାହିତ କରାଯାଉଛି ଏବଂ ଗ୍ରାହକଙ୍କୁ ପ୍ରଥମ ପର୍ଯ୍ୟାୟ ସପିଙ୍ଗ କରିବା
ଇ-କାଟେଲଗ ଦେଖିବା ଏବଂ ଆପଏଣ୍ଟମେଣ୍ଟ ବୁକ୍ କରିବା ଲାଗି କୁହାଯାଉଛି । ଅନଲାଇନ୍ ସପିଙ୍ଗରେ ଗ୍ରାହକଙ୍କୁ ସାହାଯ୍ୟ କରିବା ଲାଗି ଅନ୍-କଲ୍ ସହାୟତା ସୁବିଧା ଗ୍ରାହକ ସେବା ଟିମ୍ ପ୍ରଦାନ କରୁଛନ୍ତି ।

ସମ୍ବନ୍ଧିତ ଖବର