ଭୁବନେଶ୍ବର: ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସ ପକ୍ଷରୁ ଆକର୍ଷଣୀୟ ରଥଯାତ୍ରା ଅଫର ଘୋଷଣା କରାଯାଇଛି। ରଥଯାତ୍ରାର ଭବ୍ୟତା ଓ ପ୍ରତୀକରୁ ଅନୁପ୍ରାଣିତ ହୋଇ ଏହା ଏକ ସ୍ବତନ୍ତ୍ର ଗହଣା ସମ୍ଭାର ଉନ୍ମୋଚନ କରିଛି। କମ୍ପାନିର କାରିଗରମାନେ ମହାପ୍ରଭୁଙ୍କ ମୋଟିଫ୍, ରଥ ଏବଂ ଏହା ସହ ଜଡ଼ିତ ପବିତ୍ର ପ୍ରତୀକଗୁଡ଼ିକୁ ଗହଣାରେ ବ୍ୟବହାର କରିଛନ୍ତି ଯାହା ଏହି ପର୍ବର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସମ୍ମାନ ଜଣାଉଛି। ହଲ୍‌ମାର୍କ ସୁନା ବ୍ୟବହାର କରି ପ୍ରତିଟି ଗହଣାକୁ ଅତି ଯତ୍ନର ସହ ପ୍ରସ୍ତୁତ କରାଯାଇଛି।
ଏହି ଅବସରରେ ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସର ନିର୍ଦ୍ଦେଶିକା ଜୋଇତା ସେନ୍ କହିଛନ୍ତି ଯେ ଆମେ ରଥଯାତ୍ରାର ମହତ୍ବ ଏବଂ ଏହି ଅବସରରେ ଗହଣା କିଣିବାର ପବିତ୍ରତାକୁ ବୁଝୁଛୁ। ଆମ ଦକ୍ଷ କାରିଗର ଓ ଡିଜାଇନର୍‌ମାନେ ପ୍ରସ୍ତୁତ କରିଥିବା ଗହଣାଗୁଡ଼ିକ ପରମ୍ପରା ଓ ସମସାମୟିକ ଷ୍ଟାଇଲ୍‌ର ଏକ ଚମତ୍କାର ମିଶ୍ରଣ ବୋଲି ସେ କହିଛନ୍ତି। କମ୍ପାନିର ଏମ୍‌ଡି ଓ ସିଇଓ ଶୁଭଙ୍କର ସେନ୍ କହିଛନ୍ତି ଯେ ରଥଯାତ୍ରା ସପିଙ୍ଗ ଅନୁଭୂତି ବଢ଼ାଇବା ଲାଗି ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସ ପକ୍ଷରୁ ଆକ‌ର୍ଷଣୀୟ ଅଫର ଘୋଷଣା କରାଯାଇଛି। ଗ୍ରାହକମା‌ନେ ସୁନା ଗହଣା ଗଢ଼ା ମୂଲ୍ୟ ଉପରେ ଗ୍ରାମ ପିଛା ୫୦୦ ଟଙ୍କା ରିହାତି ପାଇପାରିବେ। କମ୍ପାନି ପକ୍ଷରୁ ହୀରା ଗହଣା ଉପରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି, ପୁରୁଣା ସୁନା ବଦଳରେ ଶୂନ କାଟ, ଗଢ଼ା ମଜୁରୀ ଉପରେ ୧୦ ପ୍ରତିଶତ ରିହାତି ପଦାନ କରାଯାଉଛି। ସୁନା ଦର ଉଚ୍ଚା ଥିବାରୁ ଏହା ଫ୍ଲେକ୍ସି ମୂଲ୍ୟ ଅଫର ଉପସ୍ଥାପନ କରିଛି।