ସିଡ୍ନୀ: ଫେସ୍ବୁକ୍ ଜରିଆରେ ହେଉଥିବା ପ୍ରତିଶୋଧମୂଳକ ଅଶ୍ଳୀଳ ଛବି ପୋଷ୍ଟିଂକୁ ରୋକିବା ପାଇଁ କମ୍ପାନି ଏବେ ଏକ ନୂତନ ପରୀକ୍ଷଣ ଆରମ୍ଭ କରିଛି। ଏହି ପରୀକ୍ଷଣରେ ସାମିଲ୍ ହୋଇ ନିଜକୁ ସୁରକ୍ଷା ଦେବାକୁ ଚାହୁଁଥିବା ବ୍ୟବହାରକାରୀ ଫେସ୍ବୁକ୍କୁ ମେସେଞ୍ଜର ଜରିଆରେ ନିଜର ଏକ ନଗ୍ନ ଫଟୋ ପଠାଇବାକୁ ହେବ ବୋଲି କମ୍ପାନି ପକ୍ଷରୁ ପ୍ରକାଶ ପାଇଛି। ଏହି ପ୍ରକ୍ରିୟା ଦ୍ୱାରା କମ୍ପାନି ବ୍ୟବହାରକାରୀଙ୍କର ଏକ ଡିଜିଟାଲ ଫିଙ୍ଗର ପ୍ରିଣ୍ଟ୍ ସୃଷ୍ଟି କରିପାରିବ। ଫଳରେ ଯଦି ଭବିଷ୍ୟତରେ କେହି ମନ୍ଦ ଉଦ୍ଦେଶ୍ୟ ରଖି ବ୍ୟବହାରକରୀଙ୍କର ଅଶ୍ଳୀଳ ଫଟୋ ଫେସ୍ବୁକ୍ କିମ୍ବା ଇନ୍ଷ୍ଟାଗ୍ରାମରେ ଦିଅନ୍ତି ତେବେ ତାହା ଅପ୍ଲୋଡ୍ ହେବ ନାହିଁ। ଅର୍ଥାତ ଫିଙ୍ଗର ପ୍ରିଣ୍ଟ୍ ମ୍ୟାଚ୍ ନ କଲେ ସୁରକ୍ଷାକୁ ଦୃଷ୍ଟିରେ ରଖି ଫେସ୍ବୁକ୍ ଫଟୋଟିକୁ ସୋସିଆଲ୍ ସାଇଟ୍ରେ ଅପ୍ଲୋଡ ହେବାକୁ ଦେବ ନାହିଁ।
ଏ ବାବଦରେ ଫେସ୍ବୁକ୍ ଅଷ୍ଟ୍ରେଲିଆର ଏକ କମ୍ପାନି ସହ ଭାଗୀଦାର ହୋଇ ପରୀକ୍ଷଣ ଆରମ୍ଭ କରିଛି। ଅଶ୍ଳୀଳ ଫଟୋକୁ ନେଇ କରାଯାଉଥିବା ପୋଷ୍ଟିଂ ରୋକିବା ପାଇଁ ଫେସ୍ବୁକ୍ର ଏହା ଏକ ପ୍ରୟାସ। ଏପରିକି ଆପଣ ଯଦି ଆପଣଙ୍କର କୌଣସି ପ୍ରକାରର ଅପତ୍ତିଜନକ ଫଟୋ ଫେସ୍ବୁକ୍ କିମ୍ବା ଇନ୍ଷ୍ଟାଗ୍ରାମରେ ଦେଖିବାକୁ ପାଆନ୍ତି ତେବେ ଆପଣ ଅଷ୍ଟ୍ରେଲିଆର ଇ-ସେଫ୍ଟି କମିସନରଙ୍କ ସହ ଯୋଗାଯୋଗ କରି ସାହାଯ୍ୟ ମାଗିପାରିବେ। ସେ ହୁଏତ ଆପଣଙ୍କୁ ମେସେଞ୍ଜର ଜରିଆରେ ନିଜର ଏକ ନଗ୍ନ ଫଟୋ ପଠାଇବାକୁ କହିପାରନ୍ତି।ଏହାଛଡ଼ା ଆପଣ ମେଲ୍ ଜରିଆରେ ମଧ୍ୟ ଫଟୋ ପଠାଇ ପାରିବେ।
ତେବେ, କମ୍ପାନି ପକ୍ଷରୁ କୁହାଯାଇଛି ଯେ ଆପଣଙ୍କ ଫଟୋ ସଂପୂର୍ଣ୍ଣ ସୁରକ୍ଷିତ ରହିବ। ଫଟୋଟିର ଲିଙ୍କ୍ ମିଳିବା ପରେ ତାହାକୁ ଡିଲିଟ୍ କରି ଦିଆଯିବ। ପରବର୍ତ୍ତୀ ମୁହୂର୍ତ୍ତରେ ସେହି ଲିଙ୍କ୍ ସାହାଯ୍ୟରେ ଆପଣଙ୍କ ଫଟୋକୁ ମ୍ୟାଚ୍ କରାଯିବ। ଫଟୋ ପାଇବା ପରେ ଫେସ୍ବୁକ୍ ‘ହାସ୍’ ଟେକ୍ନୋଲୋଜି ଜରିଆରେ ଫିଙ୍ଗ୍ରପ୍ରିଣ୍ଟ୍ କିମ୍ବା ଲିଙ୍କ୍ ସୃଷ୍ଟି କରିବାରେ ସମର୍ଥ ହେବ।