ମୁମ୍ବାଇ: ଗୁରୁବାର ବମ୍ବେ ଷ୍ଟକ ବଜାରରେ ଜରବଦସ୍ତ କାରବାର ହୋଇଥିଲା। ନିବେଶକମାନେ ଉତ୍ସାହର ସହ ସେୟାର କିଣିଥିଲେ। ଫଳରେ ସେନ୍ସେକ୍ସ ୧୨୬୬ ପଏଣ୍ଟ୍ ବୃଦ୍ଧି ପାଇ ୩୧,୧୬୦ ପଏଣ୍ଟ୍ରେ ବନ୍ଦ ହୋଇଛି। ଏହାର ପ୍ରଭାବରେ ନିବେଶକମାନଙ୍କୁ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଲାଭ ମିଳିଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ନିଫ୍ଟି ଆଜି ୩୧୭ ପଏଣ୍ଟ୍ ବୃଦ୍ଧି ପାଇ ୮୫୯୮ ପଏଣ୍ଟ୍ରେ ବନ୍ଦ ହୋଇଛି। ମଧ୍ୟମ ଧରଣର କଂପାନି ସୂଚକାଙ୍କରେ ୩ ପ୍ରତିଶତରୁ ଅଧିକ ଓ କ୍ଷୁଦ୍ର କଂପାନି ସୂଚକାଙ୍କରେ ସାଢ଼େ ତିନି ପ୍ରତିଶତର ବୃଦ୍ଧି ଘଟିଛି।
ଆଜି ନିବେଶକମାନେ ଚାରିଆଡ଼ୁ ସେୟାର କିଣିଥିଲେ। ଆସନ୍ତାକାଲି ଗୁଡ୍ ଫ୍ରାଇଡେ ପାଇଁ ବଜାର ବନ୍ଦ ରହିବ। ଏହା ଜାଣି କିଛି ନିବେଶକ ଆଗୁଆ କାରବାର କରିବାକୁ ପସନ୍ଦ କରିଥିଲେ। ବୁଧବାର ଦିନ ଆମେରିକାର ଷ୍ଟକ ବଜାରରେ ଜବରଦସ୍ତ କାରବାର ହୋଇଥିଲା। ଏହା ସହତ ଏସିଆ ଓ ୟୁରୋପୀୟ ଦେଶଗୁଡ଼ିକର ଷ୍ଟକ ବଜାରରେ କାରବାର ଭଲ ରହିବାରୁ ତାହାର ପ୍ରଭାବରେ ଭାରତର ଦୁଇ ଷ୍ଟକ ବଜାରରେ କାରବାର ଉଲ୍ଲେଖନୀୟ ରହିଥିଲା। କୋଭିଡ୍-୧୯ର ମୁକାବିଲା ଲାଗି କେନ୍ଦ୍ର ସରକାର ଦ୍ବିତୀୟ ପ୍ୟାକେଜ୍ ଘୋଷଣା କରିବାକୁ ପ୍ରସ୍ତୁତ ହେଉଥିବା ଖବର ପ୍ରଚାରିତ ହେବା ପରେ ମଧ୍ୟ ନିବେଶକମାନଙ୍କ ମନୋବଳ ବୃଦ୍ଧି ପାଇଥିଲା। ଏହା ବ୍ୟତୀତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ଖବରର ପ୍ରଭାବ ମଧ୍ୟ ଷ୍ଟକ ବଜାର କାରବାରକୁ ଆଗକୁ ବଢ଼ାଇଥିଲା। କିଛି ଦିନ ହେଲାଣି ଭାରତୀୟ ଷ୍ଟକ ବଜାରରୁ ପାଣ୍ଠି ପ୍ରତ୍ୟାହାର କରୁଥିବା ବିଦେଶୀ ନିବେଶକମାନେ ମଧ୍ୟ ଆଜି ନିଜର ମନ ବଦଳାଇଥିଲେ। ବିଗତ ଦୁଇଟି କାରବାର ଦିନରେ ସେମାନେ ୨,୬୦୦ କୋଟି ଟଙ୍କା ଭାରତୀୟ ଷ୍ଟକ ବଜାରରେ ନିବେଶ କରିଛନ୍ତି। ଆଜି ନିବେଶକମାନେ ଅଟୋମୋବାଇଲ୍, ଆର୍ଥିକ ସେବା, ଧାତୁ କଂପାନି, ଔଷଧ ନିର୍ମାତା ଏବଂ ଗଣମାଧ୍ୟମ କଂପାନିଗୁଡ଼ିକର ସେୟାରକୁ ଅଧିକ ମାତ୍ରାରେ କିଣିଛନ୍ତି। ଅଟୋମୋବାଇଲ୍ ସୂଚକାଙ୍କରେ ସର୍ବାଧିକ ୧୦ ପ୍ରତିଶତର ବୃଦ୍ଧି ଘଟିଛି।
ସେନ୍ସେକ୍ସରେ ୧୨୬୬ ପଏଣ୍ଟ୍ ବୃଦ୍ଧି, ନିବେଶକଙ୍କୁ ୪ ଲକ୍ଷ କୋଟିର ଲାଭ
/sambad/media/post_attachments/wp-content/uploads/2019/09/Sensex-soars.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)