ମୁମ୍ବାଇ: ବମ୍ବେ ଷ୍ଟକ ବଜାର ସେନ୍ସେକ୍ସରେ ବୃଦ୍ଧିର ଧାରା ଜାରି ରହିଛି। ଆଜି ସେନ୍ସେକ୍ସ ୩୪୨ ପଏଣ୍ଟ ବୃଦ୍ଧି ସହିତ ୩୬ ହଜାର ୧୩୯ ପଏଣ୍ଟ୍ରେ ବନ୍ଦ ହୋଇଛି। ନିବେଶକମାନେ ବ୍ୟାଙ୍କ ଏବଂ ଖଣିଜ କଂପାନିଗୁଡ଼ିକର ସେୟାର ଅଧିକ ମାତ୍ରାରେ ଖରିଦ କରିବା ଯୋଗୁଁ ସେନ୍ସେକ୍ସରେ ଏହି ବୃଦ୍ଧି ହୋଇଛି। ଜାତୀୟ ଷ୍ଟକ ବଜାରର ସୂଚୀ ନିଫ୍ଟି ମଧ୍ୟ ୧୧୭ ପଏଣ୍ଟ ବୃଦ୍ଧି ସହିତ ୧୧,୦୮୩ ପଏଣ୍ଟ୍ରେ ବନ୍ଦ ହୋଇଛି। ସେନ୍୍ସେକ୍ସ ୩୬ ହଜାର ପଏଣ୍ଟ୍ ସ୍ତର ଅତିକ୍ରମ କରିଥିବା ବେଳେ ନିଫ୍ଟି ୧୧ ହଜାର ପଏଣ୍ଟ୍ ଅତିକ୍ରମ କରିଛି। ଚଳିତ ମାସ ୧୭ ତାରିଖରେ ସେନ୍ସେକ୍ସ ୩୫ ହଜାର ପଏଣ୍ଟ ଟପିଥିଲା। ଏହା ପରେ ପାଞ୍ଚଟି କାରବାର ଦିନରେ ସେନସେକ୍ସ ଆଉ ୧୦୦୦ ପଏଣ୍ଟର ବୃଦ୍ଧି ହାସଲ କରିଛି।
ସେନ୍ସେକ୍ସ ୩୬ ହଜାର ଟପିଲା
/sambad/media/post_attachments/wp-content/uploads/2018/01/sensex.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)