ମୁମ୍ବାଇ: ଆମେରିକାରେ ମୁଦ୍ରାସ୍ଫୀତି ହାର ଆକଳନଠାରୁ କମ୍ ରହିବା ପରେ ସାରା ବିଶ୍ବର ନିବେଶକମାନେ ଉତ୍ସାହିତ ହୋଇପଡ଼ିଛନ୍ତି। ତାହାର ପ୍ରଭାବରେ ଭାରତୀୟ ଷ୍ଟକ ବଜାରରେ ନିବେଶକମାନେ ଆଜି ବିଭିନ୍ନ କଂପାନିର ସେୟାର କିଣିଛନ୍ତି। ଫଳରେ ବମ୍ବେ ଷ୍ଟକ ବଜାରର ସେନ୍ସେକ୍ସ ୫୧୫ ପଏଣ୍ଟ୍ ବୃଦ୍ଧି ପାଇ ୫୯,୩୩୨ ପଏଣ୍ଟ୍ରେ ବନ୍ଦ ହୋଇଛି। ଦେଶର ଅନ୍ୟତମ ଷ୍ଟକ ବଜାର ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ୍ର ନିଫ୍ଟି ମଧ୍ୟ ଆଜି ୧୨୪ ପଏଣ୍ଟ୍ ବୃଦ୍ଧି ପାଇ୧୭,୬୫୯ ପଏଣ୍ଟ୍ରେ ବନ୍ଦ ହୋଇଛି। ଅାଜି ଆକ୍ସିସ୍ ବ୍ୟାଙ୍କ, ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ, ଏଚ୍ଡିଏଫ୍ସି, ଟେକ୍ ମହିନ୍ଦ୍ରା, ବଜାଜ ଫାଇନାନ୍ସ, ଷ୍ଟେଟ୍ ବ୍ୟାଙ୍କ, ୱିପ୍ରୋ, ଟିସିଏସ୍, କୋଟାକ୍ ବ୍ୟାଙ୍କ, ଟାଇଟାନ୍, ଆଇସିଆଇସିଆଇ ବ୍ୟାଙ୍କ, ଇନ୍ଫୋସିସ୍ ଓ ଏଚ୍ସିଏଲ୍ ଟେକ୍ର ସେୟାର ମୂଲ୍ୟ ବୃଦ୍ଧି ପାଇଛି। ସେହି ସମୟରେ ଟାଟା କଞ୍ଜ୍ୟୁମର ପ୍ରଡକ୍ଟସ୍, ଆପୋଲୋ ହସ୍ପିଟାଲ୍ସ, ଆଇଟିସି, ଏନଟିପିସିର ସେୟାର ଦାମ୍ ହ୍ରାସ ପାଇଛି।
ସେନ୍ସେକ୍ସରେ ୫୧୫ ପଏଣ୍ଟ୍ ବୃଦ୍ଧି
/sambad/media/post_attachments/wp-content/uploads/2021/12/sensex.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)