ମୁମ୍ବାଇ: ବମ୍ବେ ଷ୍ଟକ ବଜାର ସେନ୍ସେକ୍ସ ଆଜି ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି। ପ୍ରଥମ ଥର ପାଇଁ ଏହା ୫୪ ହଜାର ପଏଣ୍ଟ୍ରୁ ଉପରେ ବନ୍ଦ ହୋଇଛି। ଆଜି ସେନ୍ସେକ୍ସ ୫୪୬ ପଏଣ୍ଟ୍ ବୃଦ୍ଧି ପାଇ ୫୪,୩୬୯ ପଏଣ୍ଟ୍ରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ନିଫ୍ଟି ମଧ୍ୟ ୧୨୮ ପଏଣ୍ଟ୍ ବୃଦ୍ଧି ସହ ୧୬,୨୫୮ ପଏଣ୍ଟ୍ରେ ବନ୍ଦ ହୋଇଛି। ସେନ୍ସେକ୍ସରେ ଯଦିଓ ବୃଦ୍ଧି ଘଟିଛି କିନ୍ତୁ ନିବେଶକମାନେ ଆଜି ପ୍ରାୟ ୫୦ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି। ଷ୍ଟକ ବଜାରରେ ତାଲିକାଭୁକ୍ତ ଥିବା କଂପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ ୨୩୯.୫୫ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ବ୍ୟାଙ୍କ ଓ ଆର୍ଥିକ କଂପାନିଗୁଡ଼ିକ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଭଲ କାରବାର କରିଥିବାରୁ ସେମାନଙ୍କ ସେୟାର ମୂଲ୍ୟ ବୃଦ୍ଧି ପାଇଛି। ସୁଧ ହାରକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ କ’ଣ ପଦକ୍ଷେପ ନେବ ତାହାକୁ ନିବେଶକମାନେ ଚାହିରହିଛନ୍ତି। ଏଥର ସୁଧ ହାର ଅପରିବର୍ତ୍ତିତ ରହିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଆଜି କାରବାର ବେଳେ ଏଚ୍ଡିଏଫ୍ସି, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏସବିଆଇ, ଏଚ୍ଡିଏଫ୍ସି ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, ସିପ୍ଲା, ଡକ୍ଟର ରେଡ୍ଡିସ୍ ଲ୍ୟାବସ୍ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ସେୟାର ମୂଲ୍ୟ ବଢ଼ିଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ରେ ଟାଇଟାନ୍, ଟାଟା ମୋଟର୍ସ, ଆଦାନି ପୋର୍ଟସ୍, ହିଣ୍ଡାଲ୍କୋ, ବିପିସିଏଲ୍, ନେସ୍ଲେ ଇଣ୍ଡିଆ, ସନ୍ଫାର୍ମା, ଅଲ୍ଟ୍ରାଟେକ୍ ସିମେଣ୍ଟ୍ ଓ ଟାଟା କଞ୍ଜ୍ୟୁମର୍ର ସେୟାର ମୂଲ୍ୟ ହ୍ରାସ ପାଇଛି।
ସେନ୍ସେକ୍ସ ୫୪ ହଜାର ଟପିଲା
/sambad/media/post_attachments/wp-content/uploads/2021/01/sensex1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)