ସେନସେକ୍ସ ୬୯୦ ପଏଣ୍ଟ ଖସିଲା

ମୁମ୍ବାଇ: ରିଅଲ୍ଟି, ବ୍ୟାଙ୍କିଙ୍ଗ୍, ଆଇଟି ଏବଂ ଅଟୋମୋବାଇଲ କମ୍ପାନିର ନିବେଶକମାନେ ପ୍ରଫିଟ୍ ବୁକ୍ କରିବା ଫଳରେ ଆଜି ବମ୍ବେ‌ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସରେ ୬୯୦ (୬୮୯.୬୦) ପଏଣ୍ଟର ଏକ ବୃହତ୍ ହ୍ରାସ ଦେଖାଦେଇଛି। ଏଥିଯୋଗୁ ସେନସେକ୍ସ ୩୫,୭୪୨ ପଏଣ୍ଟକୁ ଖସିଆସିଛି। ସେହିଭଳି ନିଫ୍‌ଟି ମଧ୍ୟ ଆଜି ୧୯୭ ପଏଣ୍ଟ ଖସିବା ସହିତ ୧୦,୭୫୪ ପଏଣ୍ଟରେ ବନ୍ଦ ହୋଇଛି। ଆସନ୍ତାବର୍ଷ ବିଶ୍ବର ଅର୍ଥନୈତିକ ଅଭିବୃଦ୍ଧି ଅପେକ୍ଷାକୃତ ଭାବେ କମ୍ ରହିବା ନେଇ ଆଶଙ୍କା ମଧ୍ୟ ଷ୍ଟକ ମାର୍କେଟ ନିବେଶକଙ୍କୁ ପ୍ରଭାବିତ କରିଛି। ସେହିଭଳି ମୁଦ୍ରା ବିନିମୟ ବଜାରରେ ମଧ୍ୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ନିମ୍ନମୁଖୀ ହୋଇଛି। ଡଲାର ମୂଲ୍ୟରେ ମଧ୍ୟ ୫୨ ପଇସା ହ୍ରାସ ଘଟିଛି।

ସମ୍ବନ୍ଧିତ ଖବର