ମୁମ୍ବାଇ,: ବମ୍ବେ ଷ୍ଟକ ବଜାରରେ ନିବେଶକମାନେ ମନ ଖୋଲି କାରବାର କରିବାରୁ େସନ୍ସେକ୍ସ ଆଜି ୭୧୮ ପଏଣ୍ଟ୍ ଭଳି ବଡ଼ ଧରଣର ବୃଦ୍ଧି ସହ ୩୪,୦୬୭ ପଏଣ୍ଟ୍ରେ ବନ୍ଦ ହୋଇଛି। ସେହିପରି ଜାତୀୟ ଷ୍ଟକ ବଜାର ନିଫ୍ଟି ମଧ୍ୟ ୨୨୧ ପଏଣ୍ଟ୍ ବୃଦ୍ଧି ପାଇ ୧୦,୨୫୧ ପଏଣ୍ଟ୍ରେ ବନ୍ଦ ହୋଇଛି। ବ୍ରିଟେନ୍, ଜର୍ମାନି ଓ ଫ୍ରାନ୍ସର ଷ୍ଟକ ବଜାରରେ ଭଲ କାରବାର ହେବା, ଅଶୋଧିତ ତୈଳ ଦରରେ ହ୍ରାସ, ରିଜର୍ଭ ବ୍ୟାଙ୍କର ଖୋଲା ବଜାରରୁ ୪୦ ହଜାର କୋଟି ଟଙ୍କାର ବଣ୍ଡ୍ କିଣିବା ନିଷ୍ପତ୍ତି ଭଳି ବିଭିନ୍ନ କାରଣ ଯୋଗୁ ନିବେଶକମାନେ ମନଖୋଲି କାରବାର କରିଥିଲେ। ସେନ୍ସେକ୍ସରେ ଆଜି ହୋଇଥିବା ବୃଦ୍ଧି ଯୋଗୁ ନିବେଶକମାନେ ୩ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଲାଭ ପାଇଛନ୍ତି।
ସେନ୍ସେକ୍ସ ୭୧୮ ପଏଣ୍ଟ୍ ବଢ଼ିଲା
/sambad/media/post_attachments/wp-content/uploads/2018/10/sensex.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)