ସେନ୍‌ସେକ୍ସରେ ୭୯୩ ପଏଣ୍ଟ୍‌ ବୃଦ୍ଧି

ମୁମ୍ବାଇ: ଅର୍ଥନୀତିରେ ରହିଥିବା ମାନ୍ଦାବସ୍ଥା ଦୂର କରିବା ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ସପ୍ତାହରେ ଯେଉଁ ସବୁ ଘୋଷଣା କରିଥିଲେ ତାହାକୁ ସେୟାର ବଜାରର ନିବେଶକମାନେ ଜୋରଦାର ସ୍ବାଗତ କରିଛନ୍ତି। ସେମାନେ ବିଭିନ୍ନ କଂପାନି ସେୟାର ବିପୁଳ ମାତ୍ରାରେ କିଣିବା ଯୋଗୁ ବମ୍ବେ ଷ୍ଟକ ବଜାର ସେନ୍‌ସେକ୍ସରେ ଆଜି ଗୋଟିଏ ଦିନରେ ୭୯୩ ପଏଣ୍ଟ୍‌ର ବୃଦ୍ଧି ହୋଇଛି। ଗତ ତିନି ମାସରେ ଭିତରେ ସେନ୍‌ସେକ୍ସରେ କୌଣସି ଦିନ ଏତେ ମାତ୍ରାରେ ବୃଦ୍ଧି ଦେଖିବାକୁ ମିଳିନଥିଲା। ଆଜି ସେନ୍‌ସେକ୍ସ ୭୯୩ ପଏଣ୍ଟ୍‌ ବୃଦ୍ଧି ପାଇ ୩୭,୩୯୪ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେହିଭଳି ଜାତୀୟ ଷ୍ଟକ ବଜାରର ନିଫ୍ଟି ମଧ୍ୟ ୨୨୮ ପଏଣ୍ଟ୍‌ ବୃଦ୍ଧି ପାଇ ୧୧,୦୫୭ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଆଜି ନିବେଶକମାନେ ବ୍ୟାଙ୍କ ଓ ଫାଇନାନ୍ସ କଂପାନି, ଅଟୋମୋବାଇଲ୍ କଂପାନି, ଖଣିଜ ଓ ଧାତୁ କଂପାନି ଏବଂ ଔଷଧ କଂପାନିର ସେୟାରକୁ ଅଧିକ ମାତ୍ରାରେ କିଣିଥିଲେ।

ସମ୍ବନ୍ଧିତ ଖବର