ସେନ୍‌ସେକ୍ସରେ ୯୧୭ ପଏଣ୍ଟ୍‌ ବୃଦ୍ଧି

ମୁମ୍ବାଇ: ବମ୍ବେ ଷ୍ଟକ ବଜାରରେ ନିବେଶକମାନେ ମନଖୋଲି କାରବାର କରିବା ଯୋଗୁ ସେନ୍‌ସେକ୍ସରେ ଆଜି ୯୧୭ ପଏଣ୍ଟ୍‌ ଭଳି ବଡ଼ ଧରଣର ବୃଦ୍ଧି ଘଟିଛି। ଏହା ନିବେଶକମାନଙ୍କ ସମ୍ପତ୍ତିକୁ ୨ ଲକ୍ଷ ୮୭ ହଜାର କୋଟି ଟଙ୍କା ବଢ଼ାଇବାରେ ସହାୟକ ହୋଇଛି। ବିଗତ ଦୁଇ ଦିନରେ ନିବେଶକମାନଙ୍କ ସମ୍ପତ୍ତିରେ ୩ ଲକ୍ଷ ୫୭ ହଜାର କୋଟି ଟଙ୍କାର ବୃଦ୍ଧି ଘଟିଛି। ଚଳିତ ମାସ ୧ରେ ବଜେଟ୍ ଉପସ୍ଥାପନ ଦିନ ସେନ୍‌ସେକ୍ସରେ ୧୦୦୦ରୁ ଅଧିକ ପଏଣ୍ଟ୍‌ର ହ୍ରାସ ଘଟିଥିଲା। ବିଗତ ଦୁଇ ଦିନରେ ସେହି କ୍ଷତି ଭରଣା ହୋଇଯାଇଛି। ବଜେଟ୍‌ କଥାକୁ ନିବେଶକମାନେ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି। ଜାତୀୟ ଷ୍ଟକ ବଜାର ନିଫ୍‌ଟି ମଧ୍ୟ ବୃଦ୍ଧିର ସହ ବନ୍ଦ ହୋଇଛି।

ସମ୍ବନ୍ଧିତ ଖବର