ମୁମ୍ବାଇ: ଦେଶର ଦୁଇ ଷ୍ଟକ୍ ବଜାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜରେ ଗୁରୁବାର ମଧ୍ୟାହ୍ନରେ ହଠାତ୍ କାରବାର ବଢ଼ିଥିଲା। ନିବେଶକମାନେ ବିଭିନ୍ନ କମ୍ପାନିର ସେୟାର ଅଧିକ ମାତ୍ରାରେ କିଣିବାରୁ ସେନ୍ସେକ୍ସ ପ୍ରଥମ ଥର ପାଇଁ ୮୩ ହଜାର ପଏଣ୍ଟ ଅତିକ୍ରମ କରିଛି। ଆଜି ସେନ୍ସେକ୍ସ ୧୫୯୩ ପଏଣ୍ଟ ବୃଦ୍ଧି ପାଇ ୮୩,୧୧୬ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନିଫ୍ଟି ୫୧୫ ପଏଣ୍ଟ ବୃଦ୍ଧି ସହ ୨୫,୪୩୩ ପଏଣ୍ଟରେ ପହଞ୍ଚିଛି। ନିବେଶକମାନେ ଭାରତୀ ଏୟାରଟେଲ୍, ଏଚ୍ଡିଏଫ୍ସି ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଇନ୍ଫୋସିସ୍, ଲାର୍ସନ ଆଣ୍ଡ୍ ଟୁବ୍ରୋ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଓ ଆଇସିଆଇସିଆଇ ବ୍ୟାଙ୍କ ସେୟାର କିଣିବା ପ୍ରତି ଅଧିକ ରୁଚି ଦେଖାଇଥିଲେ। ଫଳରେ ସେନ୍ସେକ୍ସରେ ଅଳ୍ପ ସମୟ ଭିତରେ ଦ୍ରୁତ ବୃଦ୍ଧି ଘଟିଥିଲା। ସେନ୍ସେକ୍ସରେ ହୋଇଥିବା ବୃଦ୍ଧି ପ୍ରଭାବରେ ନିବେଶକମାନଙ୍କୁ ପ୍ରାୟ ୭ ଲକ୍ଷ କୋଟି ଟଙ୍କାର ଫାଇଦା ମିଳିଛି।
ପ୍ରଥମ ଥର ୮୩ ହଜାର ଉପରେ ସେନ୍ସେକ୍ସ
ଦେଶର ଦୁଇ ଷ୍ଟକ୍ ବଜାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜରେ ଗୁରୁବାର ମଧ୍ୟାହ୍ନରେ ହଠାତ୍ କାରବାର ବଢ଼ିଥିଲା। ନିବେଶକମାନେ ବିଭିନ୍ନ କମ୍ପାନିର ସେୟାର ଅଧିକ ମାତ୍ରାରେ କିଣିବାରୁ ସେନ୍ସେକ୍ସ ପ୍ରଥମ ଥର ପାଇଁ ୮୩ ହଜାର ପଏଣ୍ଟ ଅତିକ୍ରମ କରିଛି।
/sambad/media/post_attachments/wp-content/uploads/2022/11/sensex-up.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)