ମୁମ୍ବାଇ: ସପ୍ତାହର ପ୍ରଥମ ବ୍ୟବସାୟିକ ଦିନଟି ଭାରତୀୟ ଷ୍ଟକ ବଜାର ପାଇଁ ଐତିହାସିକ ଥିଲା । ଉଭୟ ସେନସେକ୍ସ ଓ ନିଫ୍ଟି ରେକର୍ଡ ସ୍ତରରେ ବନ୍ଦ ହୋଇଛି। ସେନସେକ୍ସ ୩୮୪ ପଏଣ୍ଟ ବୃଦ୍ଧି ସହ ୮୪,୯୨୮ ପଏଣ୍ଟରେ ବନ୍ଦ ହୋଇଥିବାବେଳେ ଏହା ଐତିହାସିକ ଉଚ୍ଚତା ୮୫ ହଜାର ପଏଣ୍ଟଠାରୁ ମାତ୍ର ୭୨ ପଏଣ୍ଟ ଦୂରରେ ରହିଛି । ମଙ୍ଗଳବାର ସେନସେକ୍ସ ଏହି ମାଇଲଖୁଣ୍ଟ ଅତିକ୍ରମ କରିବାର ସମ୍ଭାବନା ରହିଛି । ସେପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ନିଫଟି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୧୪୮ ପଏଣ୍ଟ ବୃଦ୍ଧି ସହ ୨୫,୯୩୯ରେ ବନ୍ଦ ହୋଇଛି । ତେବେ ଦିନ ମଧ୍ୟରେ ନିଫଟି ୨୬,୦୦୦ର ଐତିହାସିକ ସର୍ବୋଚ୍ଚ ସ୍ତରଛୁଇଁପାରିଥିଲା ।

Advertisment

ପ୍ରଥମ ଥର ପାଇଁ ବିଏସଇ ତାଲିକାଭୁକ୍ତ ଷ୍ଟକଗୁଡ଼ିକର ମାର୍କେଟ କ୍ୟାପ ୪.୭୬ ଲକ୍ଷ କୋଟି ଟଙ୍କାରେ ବନ୍ଦ ହୋଇଛି, ଯାହା ପୂର୍ବ ଅଧିବେଶନର ୪.୭୧ ଲକ୍ଷ କୋଟିକୁ ଅତିକ୍ରମ କରିଛି । ଆଜିର ଅଧିବେଶନରେ ମାର୍କେଟ କ୍ୟାପରେ ୪.୨୯ ଟ୍ରିଲିୟନ ଟଙ୍କାର ବୃଦ୍ଧି ଘଟିଛି। ଅର୍ଥାତ୍ ନିବେଶକମାନେ ୪.୨୯ ଲକ୍ଷ କୋଟି ଲାଭ କରିଛନ୍ତି ।

ତେବେ ବ୍ୟାଙ୍କିଂ, ଅଟୋ, ଏଫଏମସିଜି ଏବଂ ଏନର୍ଜି ସେୟାରରେ ଜୋରଦାର କ୍ରୟ ଯୋଗୁଁ ସେନସେକ୍ସ ଓ ନିଫଟିରେ ଏପରି ବୃଦ୍ଧି ପରିଲକ୍ଷିତ ହୋଇଛି ।

ଷ୍ଟକ ବଜାର ରେକର୍ଡ ସ୍ତରରେ ବନ୍ଦ ହେବା କାରଣରୁ ବିଏସଇରେ ତାଲିକାଭୁକ୍ତ ଷ୍ଟକଗୁଡ଼ିକର ମାର୍କେଟ କ୍ୟାପ ଏକ ନୂତନ ଐତିହାସିକ ଉଚ୍ଚତାରେ ପହଞ୍ଚିଛି । ପ୍ରଥମ ଥର ପାଇଁ ବିଏସଇ ତାଲିକାଭୁକ୍ତ ଷ୍ଟକଗୁଡ଼ିକର ମାର୍କେଟ କ୍ୟାପ ୪.୭୬ ଲକ୍ଷ କୋଟି ଟଙ୍କାରେ ବନ୍ଦ ହୋଇଛି, ଯାହା ପୂର୍ବ ଅଧିବେଶନର ୪.୭୧ ଲକ୍ଷ କୋଟିକୁ ଅତିକ୍ରମ କରିଛି । ଆଜିର ଅଧିବେଶନରେ ମାର୍କେଟ କ୍ୟାପରେ ୪.୨୯ ଟ୍ରିଲିୟନ ଟଙ୍କାର ବୃଦ୍ଧି ଘଟିଛି। ଅର୍ଥାତ୍ ନିବେଶକମାନେ ୪.୨୯ ଲକ୍ଷ କୋଟି ଲାଭ କରିଛନ୍ତି ।