ମୁମ୍ବାଇ : ମଙ୍ଗଳବାର ଭାରତୀୟ ଷ୍ଟକ ବଜାର ରେ ବୃଦ୍ଧି ଘଟିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ସେନସେକ୍ସ ଆଜି ୦.୦୬ ପ୍ରତିଶତ ବା ୫୧.୬୯ ପଏଣ୍ଟ ବୃଦ୍ଧି ସହ ୮୦,୭୧୬ରେ ବନ୍ଦ ହୋଇଛି। ଆଜି କାରବାର ସମୟରେ ସେନସେକ୍ସ ୮୦,୮୯୮.୩୦ ପଏଣ୍ଟର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ବଜାର ବନ୍ଦ ହେବା ବେଳକୁ ସେନସେକ୍ସର ୩୦ଟି ଷ୍ଟକ ମଧ୍ୟରୁ ୧୮ଟି ବଜାର ସବୁଜ ସଙ୍କେତରେ ବନ୍ଦ ହୋଇଥିବା ବେଳେ ୧୨ଟି ସେୟାର ହ୍ରାସ ପାଇଥିଲା। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ନିଫ୍ଟି ଆଜି ୦.୧୧ ପ୍ରତିଶତ ବା ୨୬.୩୦ ପଏଣ୍ଟ ବୃଦ୍ଧି ସହ ୨୪,୬୧୩ରେ ବନ୍ଦ ହୋଇଛି। ନିଫ୍ଟି ମଧ୍ୟ ଆଜି ୨୪,୬୬୧.୨୫ ପଏଣ୍ଟର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ବଜାର ବନ୍ଦ ହେବା ବେଳକୁ ନିଫ୍ଟିର ୫୦ଟି ଷ୍ଟକ ମଧ୍ୟରୁ ୨୮ଟି ସବୁଜ ରଙ୍ଗରେ ଥିବା ବେଳେ ୨୨ଟି ଷ୍ଟକ ରେଡ୍ ମାର୍କରେ ଥିଲା। ଗତକାଲି ଅର୍ଥାତ୍ ସୋମବାର ମଧ୍ୟ ସେନସେକ୍ସ ଓ ନିଫଟି ଐତିହାସିକ ଉଚ୍ଚତା ସହ ବନ୍ଦ ହୋଇଥିଲା ।
ସେକ୍ଟୋରାଲ ଇଣ୍ଡେକ୍ସ ବିଷୟରେ କହିବାକୁ ଗଲେ ନିଫ୍ଟି ରିଅଲିଟି ଆଜି ୧.୬୬ ପ୍ରତିଶତ ରେ ସବୁଠାରୁ ଅଧିକ ବୃଦ୍ଧି ପାଇଛି । ଏହାବ୍ୟତୀତ ନିଫ୍ଟି ମିଡସ୍ମଲ୍ ହେଲଥକେୟାର ୦.୨୨ ପ୍ରତିଶତ, ନିଫ୍ଟି କଞ୍ଜ୍ୟୁମର ଡ୍ୟୁରେବଲ୍ସ ୦.୧୫ ପ୍ରତିଶତ, ନିଫ୍ଟି ଆଇଟି ୦.୫୯ ପ୍ରତିଶତ, ନିଫ୍ଟି ଏଫଏମସିଜି ୦.୯୬ ପ୍ରତିଶତ ଏବଂ ନିଫ୍ଟି ଅଟୋ ୦.୨୫ ପ୍ରତିଶତ ବୃଦ୍ଧି ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/WhatsApp-Image-2024-07-16-at-17.11.05.jpeg)