ମୁମ୍ବାଇ : ପ୍ରଥମ ଥର ଲାଗି ବମ୍ବେ ଷ୍ଟକ ବଜାରର ସେନ୍ସେକ୍ସ ୬୭ ହଜାର ପଏଣ୍ଟ୍ ଉପରେ ବନ୍ଦ ହୋଇଛି। ଗତକାଲି କିଛି ସମୟ ପାଇଁ ଏହା ୬୭ ହଜାର ଉପରେ ଥିଲା, ମାତ୍ର କାରବାର ଶେଷ ବେଳକୁ ତଳକୁ ଖସିଯାଇଥିଲା। ଆଜି ନିବେଶକମାନେ ବିପୁଳ ପରିମାଣର ସେୟାର କିଣିବାରୁ ସେନ୍ସେକ୍ସରେ ପୁଣି ବୃଦ୍ଧି ଘଟିଥିଲା। କାରବାର ଶେଷ ବେଳକୁ ୩୦୨ ପଏଣ୍ଟ୍ ବୃଦ୍ଧି ପାଇ ସେନ୍ସେକ୍ସ ୬୭,୦୯୭ ପଏଣ୍ଟ୍ରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ନିଫ୍ଟି ୮୩ ପଏଣ୍ଟ୍ ବୃଦ୍ଧି ପାଇ ୧୯,୮୩୩ ପଏଣ୍ଟ୍ରେ ବନ୍ଦ ହୋଇଛି। ଆଜି ଏନ୍ଟିପିସି, ବଜାଜ ଫାଇନାନ୍ସ ଓ ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ ସେୟାର ମୂଲ୍ୟ ବଢ଼ିଥିବା ବେଳେ ହିଣ୍ଡାଲ୍କୋ, ହିରୋ ମୋଟୋକର୍ପ ଓ ଟିସିଏସ୍ ସେୟାର ମୂଲ୍ୟ ହ୍ରାସ ପାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp