ମୁମ୍ବାଇ: ସୋମବାର ଭାରତୀୟ ଷ୍ଟକ ବଜାରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଆଜି ଅର୍ଥାତ୍ ସେପ୍ଟେମ୍ବରର ଶେଷ ସୋମବାରରେ ବିଏସଇ ସେନସେକ୍ସ ୧୨୭୨.୦୭ ପଏଣ୍ଟ ହ୍ରାସ ପାଇ ୮୪,୨୯୯.୭୮ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ଅନ୍ୟପଟେ ନିଫ୍ଟି-୫୦ ମଧ୍ୟ ୩୬୮.୧୦ ପଏଣ୍ଟ ହ୍ରାସ ପାଇ ୨୫,୮୧୦.୮୫ ପଏଣ୍ଟରେ ବନ୍ଦ ହୋଇଛି।
କ୍ରମାଗତ ଦ୍ବିତୀୟ ଦିନ ପାଇଁ ସେୟାର ବଜାରରେ ହ୍ରାସ ରେକର୍ଡ କରାଯାଇଛି।ଗତ ସପ୍ତାହର ଶୁକ୍ରବାର ଦିନ ରେକର୍ଡ ସ୍ତରରେ ପହଞ୍ଚିବା ପରେ ବନ୍ଦ ହେବାବେଳକୁ ସୂଚକାଙ୍କରେ ହ୍ରାସ ଦେଖାଦେଇଥିଲା ।
ଆଜି ସେନ୍ସେକ୍ସର ୩୦ଟି କମ୍ପାନି ମଧ୍ୟରୁ ମାତ୍ର ୫ଟି କମ୍ପାନିର ସେୟାର ବୃଦ୍ଧି ପାଇଥିବା ବେଳେ ବାକି ୨୫ଟି କମ୍ପାନିର ସେୟାର କ୍ଷତି ସହ ବନ୍ଦ ହୋଇଛି। ନିଫ୍ଟିର ୫୦ଟି କମ୍ପାନୀ ମଧ୍ୟରୁ ମାତ୍ର ୯ ଟି କମ୍ପାନୀର ସେୟାର ସବୁଜ ରଙ୍ଗରେ ବନ୍ଦ ହୋଇଥିବା ବେଳେ ୪୧ ଟି କମ୍ପାନୀର ସେୟାର ଲାଲ ରଙ୍ଗରେ ବନ୍ଦ ହୋଇଛି ।
ସେନସେକ୍ସରେ ଜେଏସଡବ୍ଲ୍ୟୁ ଷ୍ଟିଲ୍ ସର୍ବାଧିକ ୨.୮୬ ପ୍ରତିଶତ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଏନଟିପିସି ୧.୨୫ ପ୍ରତିଶତ, ଟାଟା ଷ୍ଟିଲ୍ ୧.୦୮ ପ୍ରତିଶତ, ଟାଇଟାନ୍ ୦.୪୧ ପ୍ରତିଶତ ଏବଂ ଏସିଆନ୍ ପେଣ୍ଟସ୍ ୦.୨୨ ପ୍ରତିଶତ ବୃଦ୍ଧି ପାଇଛି।