ଖସିଚାଲିଛି ଷ୍ଟକବଜାର : ୫୨ ସପ୍ତାହର ସର୍ବନିମ୍ନ ସ୍ତରରେ ସେନସେକ୍ସ

ମୁମ୍ବାଇ  : ଭାରତୀୟ ଷ୍ଟକ ବଜାରରେ ହ୍ରାସ ଅବ୍ୟାହତ ରହିଛି । ଗୁରୁବାରଦିନ ବିଏସଇ ସେନସେକ୍ସ ୧୦୪୫ ପଏଣ୍ଟ ହ୍ରାସ ପାଇ ୫୧,୪୯୫ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ଏନଏସଇ ନିଫଟି ୩୩୧ ପଏଣ୍ଟ ହ୍ରାସ ପାଇ ୧୫,୩୬୦ ପଏଣ୍ଟ ରେ ବନ୍ଦ ହୋଇଛି । ଏହି ହ୍ରାସ ସହିତ ସେନସେକ୍ସ ୫୨ ସପ୍ତାହ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ସପ୍ତାହକ ମଧ୍ୟରେ ସେନସେକ୍ସ ପ୍ରାୟ ୪ ହଜାର ପଏଣ୍ଟ ହ୍ରାସ ପାଇସାରିଲାଣି । ସୂଚକାଙ୍କରେ କ୍ରମାଗତ ହ୍ରାସ ଫଳରେ ନିବେଶକମାନେ ଲକ୍ଷ ଲକ୍ଷ କୋଟିର କ୍ଷତି ସହୁଛନ୍ତି ।

ତେବେ ଷ୍ଟକ ବଜାରରେ କାହିଁକି କ୍ରମାଗତ ହ୍ରାସ ପରିଲକ୍ଷିତ ହେଉଛି ?

ନିକଟରେ ଆମେରିକାର ଫେଡେରାଲ ରିଜର୍ଭ ସୁଧହାର ବଢାଇଛି । ଏହା ଫଳରେ ବିଶ୍ବବ୍ୟାପୀ ଷ୍ଟକ ବଜାର ଗୁଡ଼ିକରେ ହ୍ରାସ ଦେଖାଦେଇଛି । ଏହାର ପ୍ରଭାବ ଭାରତୀୟ ଷ୍ଟକ ବଜାର ଉପରେ ପଡୁଛି । ଆଜି ମଧ୍ୟ ବ୍ୟାଙ୍କ ଅଫ ଇଂଲାଣ୍ଡ ( ବ୍ରିଟେନର କେନ୍ଦ୍ରୀୟ ବ୍ୟାଙ୍କ) ପକ୍ଷରୁ ସୁଧହାର ବୃଦ୍ଧି କରାଯାଇଛି । ଏହାର ପ୍ରଭାବରୁ ବିଶ୍ବର ପ୍ରମୁଖ ଷ୍ଟକ ବଜାରରେ ଆହୁରି ହ୍ରାସ ଦେଖାଯିବ । ଏଣୁ ଆସନ୍ତା କାଲି ଅର୍ଥାତ ଶୁକ୍ରବାରଦିନ ସେନସେକ୍ସ ଓ ନିଫଟିରେ ସୁଧାର ସମ୍ଭାବନା ନାହିଁ କହିଲେ ଚଳେ ।

ଷ୍ଟକ ବଜାରରେ ଦେଖାଦେଉଥିବା ଏହି ହ୍ରାସ ପଛରେ ତେଲ ଦର ବୃଦ୍ଧିକୁ ମଧ୍ୟ ଏକ କାରଣ ଭାବେ ଦେଖାଯାଉଛି ।

ସମ୍ବନ୍ଧିତ ଖବର