୧୫୦୦ ପଏଣ୍ଟ୍‌ କ୍ରାସ୍‌ କଲା ସେନ୍‌ସେକ୍ସ୍‌; ନିଫ୍‌ଟି ବ୍ୟବସାୟ ୧୭,୨୦୦ ପଏଣ୍ଟ୍‌ ତଳେ

ମୁମ୍ବାଇ: ପ୍ରତିକୂଳ ବୈଶ୍ବିକ ପ୍ରଭାବରୁ ଆଜିକୁ ମିଶାଇ କ୍ରମାଗତ ୫ ଦିନ ଧରି ଭାରତୀୟ ସେୟାର୍‌ ମାର୍କେଟ୍‌ ନିମ୍ନଗାମୀ ହୋଇଛି। ନିବେଶକମାନେ ‘ଫେଡେରାଲ୍‌ ରିଜିର୍ଭ’ ବୈଠକକୁ ପ୍ରତୀକ୍ଷା କରୁଥିବାରୁ ଏସୀୟ ସେୟାର୍‌ ବଜାର ତଳକୁ ଖସୁଥିବା କୁହାଯାଉଛି।

ପ୍ରାପ୍ତ ସୂଚନା ଅନୁସାରେ, ଦିନ ୧:୪୪ ସୁଦ୍ଧା ୩୦-ସେୟାର୍‌ ‘ବିଏସ୍‌ଇ ସେନ୍‌ସେକ୍ସ୍‌ ପ୍ୟାକ୍‌’ ୧,୫୦୫ ପଏଣ୍ଟ୍‌ ବା ୫୭,୫୩୨ରେ ୨.୫୫% ନିମ୍ନଗାମୀ ହୋଇଛି। ସେହିପରି, ‘ବ୍ରଡର୍‌ ଏନ୍‌ଏସ୍‌ଇ ନିଫ୍‌ଟି’ ୪୫୫ ପଏଣ୍ଟ୍‌ ବା ୧୭,୧୬୨ରେ ୨.୫୮% ତଳକୁ ଖସିଛି।

‘୧୦୦ ସୂଚକାଙ୍କ ନିଫ୍‌ଟି ମିଡ୍‌ କ୍ୟାପ୍‌’ ୩.୩୭% ଏବଂ ସ୍ମଲ୍‌-କ୍ୟାପ୍‌ ସେୟାର୍‌ ୪.୨୦%ରୁ କମ୍‌ରେ ବ୍ୟବସାୟ କରୁଥିବାରୁ ‘ମିଡ୍‌’ ଏବଂ ‘ସ୍ମଲ୍‌-କ୍ୟାପ୍‌’ ସେୟାର୍‌ଗୁଡ଼ିକ ‘ନେଗେଟିଭ୍‌ ଜୋନ୍‌’ରେ ରହିଥିଲେ।

ସମ୍ବନ୍ଧିତ ଖବର