ସେନ୍‌ସେକ୍‌୍‌ସ ୩୪ ହଜାର ଟପିଲା

ମୁମ୍ବାଇ: ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍‌୍‌ସେକ୍ସ ପ୍ରଥମ ଥର ପାଇଁ ୩୪ ହଜାର ପଏଣ୍ଟ୍‌ ସ୍ତର ଅତିକ୍ରମ କରିଛି। ଜାତୀୟ ଷ୍ଟକ ବଜାରର ନିଫ୍ଟି ମଧ୍ୟ ୧୦,୫୦୦ ପଏଣ୍ଟରୁ ଅଧିକ ସ୍ତରରେ ବନ୍ଦ ହୋଇଛି। ଷ୍ଟକ ବଜାରରେ ଆଜି ଅନିଲ ଅମ୍ବାନିଙ୍କ କଂପାନି ରିଲାଏନ୍‌ସ କମ୍ୟୁନିକେସନର ସେୟାର ମୂଲ୍ୟରେ ୪୧% ବୃଦ୍ଧି ହୋଇଛି। ସନ୍‌ ଫାର୍ମା, ସିପ୍‌ଲା ଏବଂ ଡକ୍ଟର ରେଡ୍ଡିର ସେୟାର ମୂଲ୍ୟ ବଢ଼ିଥିବା ବେଳେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଏସ୍‌ବିଆଇ ଓ ଇନ୍‌ଫୋସିସ୍‌ର ସେୟାର ମୂଲ୍ୟ କମିଛି।

ସମ୍ବନ୍ଧିତ ଖବର