ମୁମ୍ବାଇ: ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍ର ସେନ୍ସେକ୍ସ ଆଜି ପ୍ରଥମ ଥର ଲାଗି ୪୭ ହଜାର ପଏଣ୍ଟ୍ରୁ ଅଧିକ ସ୍ତରରେ ବନ୍ଦ ହୋଇଛି। କାରବାର ଶେଷ ବେଳକୁ ସେନ୍ସେକ୍ସ ୩୮୦ ପଏଣ୍ଟ୍ ବୃଦ୍ଧି ସହ ୪୭,୩୫୩ ପଏଣ୍ଟ୍ରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ନିଫ୍ଟି ୧୨୪ ପଏଣ୍ଟ୍ ବୃଦ୍ଧି ପାଇ ୧୩,୮୭୩ ପଏଣ୍ଟ୍ରେ ବନ୍ଦ ହୋଇଛି। ଟାଇଟାନ୍ କଂପାନି ଓ ଷ୍ଟେଟ୍ ବ୍ୟାଙ୍କର ସେୟାର ମୂଲ୍ୟ ସର୍ବାଧିକ ବଢ଼ିଥିବା ବେଳେ ଏଚ୍ୟୁଏଲ୍ ଓ ସନ୍ ଫାର୍ମା ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରୋତ୍ସାହନ ପ୍ୟାକେଜ୍ରେ ଦସ୍ତଖତ କରିଥିବା ଖବର ପ୍ରଚାରିତ ହେବା ପରେ ନିବେଶକମାନେ ମନ ଖୋଲି କାରବାର କରିଛନ୍ତି।
ସେନ୍ସେକ୍ସ ୪୭ ହଜାର ଟପିଲା
/sambad/media/post_attachments/wp-content/uploads/2020/03/sensex-reuters.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)