ମୁମ୍ବାଇ : ଶୁକ୍ରବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍ ଐତିହାସିକ ସଫଳତା ହାସଲ କରିଛି। ପ୍ରଥମ ଥର ଲାଗି ଏହା ୬୦ ହଜାର ପଏଣ୍ଟ୍ର ମାଇଲଖୁଣ୍ଟ ଅତିକ୍ରମ କରିଛି। ଆଜି ସେନ୍ସେକ୍ସ ୧୬୩ ପଏଣ୍ଟ୍ ବୃଦ୍ଧି ସହ ୬୦,୦୪୮ ପଏଣ୍ଟ୍ରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ନିଫ୍ଟି ୩୦ ପଏଣ୍ଟ୍ ବୃଦ୍ଧି ପାଇ ୧୭,୮୩୩ ପଏଣ୍ଟ୍ରେ ବନ୍ଦ ହୋଇଛି। ଉଭୟ ସେନ୍ସେକ୍ସ ଓ ନିଫ୍ଟି ସର୍ବକାଳୀନ ରେକର୍ଡ ସ୍ତରରେ ରହିଛି। ଷ୍ଟକ ବଜାରର ପ୍ରଦର୍ଶନକୁ ଦେଶର ବିକାଶର ଏକ ମାପକାଠି ଭାବେ ବିଚାର କରାଯାଏ। ୧୯୮୬ ଜାନୁଆରି ୧ରୁ ସେନ୍ସେକ୍ସ ଏହାର ଯାତ୍ରା ଆରମ୍ଭ କରିଥିଲା। ସେନ୍ସେକ୍ସ ୧୯୯୦ ଜୁଲାଇ ୨୫ରେ ପ୍ରଥମ ୧୦୦୦ ପଏଣ୍ଟ୍ ହାସଲ କରିଥିଲା। ଦୀର୍ଘ ୩୧ ବର୍ଷ ଯାତ୍ରା କରିବା ପରେ ଏହା ୬୦ ହଜାର ପଏଣ୍ଟ୍ ଅତିକ୍ରମ କରିଛି। ଗତ ଦେଢ଼ ବର୍ଷ ଭିତରେ ସେନ୍ସେକ୍ସରେ ଅବିଶ୍ବସନୀୟ ବୃଦ୍ଧି ହୋଇଛି। ୨୦୨୦ ମାର୍ଚ୍ଚ ଶେଷ ସପ୍ତାହରେ କରୋନା ମହାମାରୀ ମୁକାବିଲା ଲାଗି ଲକ୍ଡାଉନ୍ ଘୋଷଣା କରାଯିବା ପରେ ସେନ୍ସେକ୍ସ ୨୫ ହଜାର ପଏଣ୍ଟ୍ ଭଳି ନିମ୍ନ ସ୍ତରକୁ ଖସିଯାଇଥିଲା। ମାତ୍ର ଏହା ପରେ ସେନ୍ସେକ୍ସରେ ଯେଉଁ ଦ୍ରୁତ ବୃଦ୍ଧିର ଧାରା ଆରମ୍ଭ ହୋଇଥିଲା ତାହା ଆଜି ପର୍ଯ୍ୟନ୍ତ ଜାରି ରହିଛି।
ସେନ୍ସେକ୍ସ ୬୦,୦୦୦ ଟପିଲା
/sambad/media/post_attachments/wp-content/uploads/2020/03/bombay.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)