ଜୁଲାଇ ମାସ ପର ଠାରୁ ପ୍ରଥମ ଥର ଲାଗି ୪୦, ୦୦୦ ମାର୍କ ଟପିଲା ସେନ୍‌ସେକ୍ସ୍‍

ନୂଆଦିଲ୍ଲୀ: ଜୁଲାଇ ମାସ ପର ଠାରୁ ପ୍ରଥମ ଥର ପାଇଁ ବୁଧବାର ଦିନ ସେନ୍‌ସେକ୍ସ ୪୦, ୦୦୦ ମାର୍କ ଟପିଛି। ଏ ବର୍ଷ ଜୁନ୍‌ ୪ ତାରିଖ ଦିନ ୪୦, ୩୧୨ ମାର୍କରେ ପହଞ୍ଚି ସେନ୍‌ସେକ୍ସ ସର୍ବକାଳୀନ ଶୀର୍ଷରେ ପହଞ୍ଚିଥିଲା।

ଷ୍ଟକ୍‌ ମାର୍କେଟ୍‌ ନିମନ୍ତେ ସରକାରଙ୍କ ଠାରୁ ଟ୍ୟାକ୍ସ୍‍ ବୋନାଞ୍ଜା ମଧ୍ୟ ମଙ୍ଗଳବାର ଦିନ ଭାରତୀୟ ଇକ୍ୱିଟିକୁ ବଢ଼ାଇ ଥିଲା।

Image Source: Business Today

ସେନ୍‌ସେକ୍ସ୍‍ ବୃଦ୍ଧି ପାଇବା ସହ ନିଫ୍‌ଟି ମଧ୍ୟ ଚାରି ମାସ ମଧ୍ୟରେ ସବୁଠୁ ଊର୍ଦ୍ଧ୍ୱ ୧୧, ୭୮୭କୁ ବୃଦ୍ଧି ପାଇଛି। ଏସ୍‌ ଆଣ୍ଡ୍‌ ପି ବିଏସ୍‌ଇ ସେନ୍‌ସେକ୍ସ୍‍ ୩୯, ୮୩୧. ୮୪ ପଏଣ୍ଟ୍‌ରେ ବନ୍ଦ ହୋଇଥିଲା। ଏହା ପୂର୍ବାପେକ୍ଷା ୧. ୪୮% ଅଧିକ।

ଡିଭିଡେଣ୍ଟ୍‌ ଡିଷ୍ଟ୍ରିବ୍ୟୁସନ୍‌ ଟ୍ୟାକ୍ସ୍‍ ଉଠାଇ ଦେବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଅର୍ଥ ମନ୍ତ୍ରାଳୟ କାର୍ଯ୍ୟ କରୁଛି ବୋଲି ଶୁଣାଯାଉଥିବାରୁ ସେୟାର୍‌ ମାର୍କେଟ ବୃଦ୍ଧି ଘଟୁଛି। ଏହା ଛଡ଼ା ପାର୍ବଣ ଋତୁ ଚାଲିଥିବା କ୍ୱାଟ୍‌ର୍‌ଲି ରିପୋର୍ଟ ଭଲ ଆସିଥିବା ମଧ୍ୟ ସେନ୍‌ସେକ୍ସ୍‍ ବୃଦ୍ଧିର ଆଉ ଏକ କାରଣ।

ସମ୍ବନ୍ଧିତ ଖବର