ସେନ୍‌ସେକ୍ସ ଖସିଲା ୫୭୨ ପଏଣ୍ଟ୍‌

ମୁମ୍ବାଇ: ଷ୍ଟକ ବଜାରରେ ଆଜି ନିବେଶକମାନେ ବିପୁଳ ପରିମାଣର ସେୟାର ବିକ୍ରି କରିଦେବାରୁ ସେନସେକ୍ସରେ ୫୭୨ ପଏଣ୍ଟ୍‌ ହ୍ରାସ ଘଟିଛି। ଫଳରେ ଆଜି ସେନ୍‌ସେକ୍ସ ୩୫,୩୧୨ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେହିପରି ଜାତୀୟ ଷ୍ଟକ ବଜାରର ନିଫ୍ଟି ମଧ୍ୟ ୧୮୧ ପଏଣ୍ଟ୍‌ ହ୍ରାସ ପାଇ ୧୦,୬୦୧ ପଏଣ୍ଟ୍‌ରେ ବନ୍ଦ ହୋଇଛି। ବିଶ୍ବର ଅନେକ ଦେଶରେ ଷ୍ଟକ କାରବାର ମାନ୍ଦା ରହିବା ଯୋଗୁ ଭାରତରେ ତାହାର ପ୍ରଭାବ ପଡ଼ିଥିଲା। ସେନ୍‌ସେକ୍ସରେ ଆଜି ବଡ଼ ଧରଣର ହ୍ରାସ ହୋଇଥିବାରୁ ନିବେଶକମାନେ ୨ ଲକ୍ଷ ୨୯ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି। ବିଗତ ତିନି ଦିନ ଭିତରେ ନିବେଶକମାନଙ୍କର ୩ ଲକ୍ଷ ୬୪ ହଜାର କୋଟି ଟଙ୍କାର କ୍ଷତି ହୋଇଛି।

ସମ୍ବନ୍ଧିତ ଖବର