୬୨୪ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ: ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେ‌ନସେକ୍ସରେ ଆଜି ୬୨୪ ପଏଣ୍ଟର ବୃହତ୍ ହ୍ରାସ ଦେଖାଦେଇଛି। ଫଳରେ ସେନସେକ୍ସ ୩୬,୯୫୮ ପଏଣ୍ଟକୁ ଖସିଆସିଛି। ସେ‌ନସେକ୍ସରେ ଦେଖାଦେଇଥିବା ହ୍ରାସ ଯୋଗୁ ନିବେଶକମାନେ ଆଜି ଗୋଟିଏ ଦିନରେ ୨ ଲକ୍ଷ ୨୧ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି। ଅର୍ଥାତ୍‌ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନି ଗୁଡ଼ିକର ବଜାରପୁଞ୍ଜି ଗୋଟିଏ ଦିନରେ ୨,୨୧, ୮୩୭.୮୧ କୋଟି ଟଙ୍କା ହ୍ରାସ ପାଇ ୧,୩୯,୪୬,୯୯୭.୪୦ କୋଟି ଟଙ୍କାରେ ରହିଛି। ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଦେଶର ଷ୍ଟକ ମାର୍କେଟ ନିମ୍ନମୁଖୀ ହେବା ସହିତ ଘରୋଇ ବଜାରରେ ଋଣ ସଙ୍କଟ, ଅଟୋମୋବାଇଲ ବଜାରରେ ମନ୍ଥରତା, କର୍ପୋରେଟ ଜଗତର ପ୍ରଥମ ତ୍ରୟମାସିକ ଆର୍ଥିକ ଫଳାଫଳ ଆଶାନୁରୂପ ନରହିବା ସମେତ ବିଦେଶୀ ସଂସ୍ଥାଗତ ନିବେଶକମାନେ ଭାରତ ବଜାରରୁ ମୁହଁ ଫେରାଇବା ଆଦି ଯୋଗୁ ଏଭଳି ସେ‌ନସେକ୍ସରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଆଜି ୧୬୫୨ଟି ଷ୍ଟକର ସେୟାର ମୂଲ୍ୟ ହ୍ରାସ ଘଟିଥିବାବେଳେ ୮୬୧ଟିର ମୂଲ୍ୟ ବୃଦ୍ଧି ଘଟିଛି।

ସମ୍ବନ୍ଧିତ ଖବର