ଷ୍ଟକ ବଜାରରେ ହ୍ରାସ, ୬୯୦ ପଏଣ୍ଟ କମିଲା ସେନସେକ୍ସ

ବିଗତ ତିନି ଦିନ ହେଲା ଭାରତୀୟ ଷ୍ଟକ ବଜାରରେ ହ୍ରାସ ଜାରି ରହିଛି । ଆଜି ( ଶୁକ୍ରବାର) ଅର୍ଥାତ ଏକ କାରବାର ସପ୍ତାହର ଶେଷ ଦିନରେ ସେନସେକ୍ସ ୬୮୯.୮୧ ପଏଣ୍ଟ (୦.୮୩%) ହ୍ରାସ ପାଇ ୮୨,୫୦୦.୪୭ ପଏଣ୍ଟରେ ବନ୍ଦ ହୋଇଥିଲା।

bse

ମୁମ୍ବାଇ : ବିଗତ ତିନି ଦିନ ହେଲା ଭାରତୀୟ ଷ୍ଟକ ବଜାରରେ ହ୍ରାସ ଜାରି ରହିଛି । ଆଜି ( ଶୁକ୍ରବାର) ଅର୍ଥାତ ଏକ କାରବାର ସପ୍ତାହର ଶେଷ ଦିନରେ ସେନସେକ୍ସ ୬୮୯.୮୧ ପଏଣ୍ଟ (୦.୮୩%) ହ୍ରାସ ପାଇ ୮୨,୫୦୦.୪୭ ପଏଣ୍ଟରେ ବନ୍ଦ ହୋଇଥିଲା। ସେହିପରି, ଆଜି ଏନଏସଇର ନିଫ୍ଟି-୫୦ ଇଣ୍ଡେକ୍ସ ମଧ୍ୟ ୨୦୫.୪୦ ପଏଣ୍ଟ (୦.୮୧%) କ୍ଷତି ସହିତ ୨୫,୧୪୯.୮୫ ପଏଣ୍ଟରେ ବନ୍ଦ ହୋଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ଆଜି ଷ୍ଟକ ବଜାରରେ ହ୍ରାସ ସହିତ କାରବାର ଆରମ୍ଭ କରିଥିଲା। ସପ୍ତାହର ଶେଷ ଦିନରେ ବଜାରର ଦୁଇଟି ପ୍ରମୁଖ ଇଣ୍ଡେକ୍ସ ସେନସେକ୍ସ ଏବଂ ନିଫ୍ଟି ୫୦ର ଅଧିକାଂଶ କମ୍ପାନୀର ଶେୟାର କ୍ଷତି ସହିତ ବନ୍ଦ ହୋଇଥିଲା।ସେନସେକ୍ସର ୩୦ଟି ସେୟାର ମଧ୍ୟରୁ ଆଜି ମାତ୍ର ୭ଟି ବୃଦ୍ଧି ସହ ବନ୍ଦ ହୋଇଥିବାବେଳେ ଅବଶିଷ୍ଟ ୨୩ଟି ସୂଚକାଙ୍କ ହ୍ରାସ ସହ ବନ୍ଦ ହୋଇଛନ୍ତି । ସେହିପରି ନିଫଟିର ୫୦ଟି ସେୟାର ମଧ୍ୟରୁ ମାତ୍ର ୧୧ଟି କମ୍ପାନି ବୃଦ୍ଧି ସହ ବନ୍ଦ ହୋଇଥିବାବେଳେ ୩୯ଟି ସେୟାରରେ ହ୍ରାସ ପରିଲକ୍ଷିତ ହୋଇଥିଲା । ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ସେୟାରରେ ୩.୪୬ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe