ତେଲ ଦର ହ୍ରାସର ପ୍ରଭାବ : ସେନସେକ୍ସ ୧ ହଜାର ପଏଣ୍ଟ ଖସିଲା, ନିବେଶକଙ୍କ ୩ ଲକ୍ଷ କୋଟି କ୍ଷତି

ମୁମ୍ବାଇ : ବିଶ୍ୱ ବଜାରରେ ଅସ୍ଥିରତାର ପ୍ରଭାବ ଆଜି ଷ୍ଟକ ବଜାର ଉପରେ ପଡ଼ିଛି । ବିଏସଇ ସେନସେକ୍ସ ଆଜି ପ୍ରାୟ ୧ ହଜାର ପଏଣ୍ଟ ହ୍ରାସ ପାଇଛି ଓ ନିଫଟୀ ୨୮୦ ପଏଣ୍ଟ ହ୍ରାସ ପାଇଛି । ଏହି ହ୍ରାସ ସହ ସେନସେକ୍ସ ୩୦,୬୩୬ ପଏଣ୍ଟ ଓ ନିଫଟୀ ୮୯୮୧ ପଏଣ୍ଟରେ ବନ୍ଦ ହୋଇଛି । ଷ୍ଟକ ବଜାରରେ ଆଜିର ଏହି ହ୍ରାସ ଫଳରେ ନିବେଶକମାନେ ପ୍ରାୟ ୩ ଲକ୍ଷ କୋଟିର କ୍ଷତି ସହିଛନ୍ତି ।

ବିଶ୍ୱ ବଜାରରେ ଅଶୋଧିତ ତେଲ ଦରରେ ଦ୍ରୁତ ହ୍ରାସ ଦେଖାଦେଇଛି । ଏପରିକି ଫ୍ୟୁଚର ଟ୍ରେଡିଂରେ ୟୁଏସ କ୍ରୁଡ ମୂଲ୍ୟ ୧ ଡଲାର ତଳକୁ ହ୍ରାସ ପାଇଛି । କରୋନା ଭାଇରସ ଯୋଗୁଁ ବିଶ୍ୱ ବଜାରରେ ତେଲ ଚାହିଦା ୪୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି । ଏହି କାରଣରୁ ତେଲ ଦର ଦ୍ରୁତ ଗତିରେ ହ୍ରାସ ପାଉଛି । ତେବେ ଭାରତୀୟ ବାସ୍କେଟ କ୍ରଡର ମୂଲ୍ୟ ୨୦ ଡଲାର ନିକଟରେ ରହିଛି ।

ବିଶ୍ୱରେ ଏକ ବଡ଼ ଆର୍ଥିକ ମାନ୍ଦାବସ୍ଥା ଦେଖାଯିବାର ଆଶଙ୍କା ପ୍ରବଳ ହେବାରେ ଲାଗିଛି । ଏହି କାରଣରୁ ବିଶ୍ୱର ପ୍ରମୁଖ ଷ୍ଟକ ବଜାରରେ ହ୍ରାସ ଜାରି ରହିଛି ।

ସମ୍ବନ୍ଧିତ ଖବର