ବଜେଟ୍‌ ପ୍ରଭାବ : ସେନସେକ୍ସ ୮୩୯ ପଏଣ୍ଟ କମିଲା

ନୂଆଦିଲ୍ଲୀ: ନୂଆ ବଜେଟରେ କେନ୍ଦ୍ର ସରକାର ଦୀର୍ଘ ମିଆଦୀ ସେୟାର ବଜାର ନିବେଶ ଉପରେ ହେଉଥିବା ଆୟ ଉପରେ ଲଙ୍ଗ ଟର୍ମ କ୍ୟାପିଟାଲ ଗେନ ଟାକ୍ସ ବା ଦୀର୍ଘ ମିଆଦି ପୁଞ୍ଜି ଆୟ ଟିକସ ଲାଗୁ କରିବା ପାଇଁ ନିଷ୍ପତ୍ତି ନେବାପରେ ନିବେଶକମାନେ ହତାଶ ହୋଇଥିବା ଦେଖାଯାଇଛି । ଏହାର ପ୍ରତିଫଳନ ଦେଖିବାକୁ ମିଳିଛି ଆଜିର ଷ୍ଟକ ବଜାରରେ । ଆଜି ଆପରାହ୍ନ ସୁଦ୍ଧା ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ବା ସେନସେକ୍ସ ପ୍ରାୟ ୮୩୯ ପଏଣ୍ଟ ହ୍ରାସ ପାଇ ୩୫୦୬୬ ପଏଣ୍ଟରେ ପହଞ୍ଚିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ନିଫଟୀ ମଧ୍ୟ ୨୫୬.୩୦ ପଏଣ୍ଟ ହ୍ରାସ ପାଇ ୧୦୭୬୦ ପଏଣ୍ଟ କୁ ଖସିଯାଇଛି ।

ଗତ କାଲି ୨୦୧୮-୧୯ର ସାଧାରଣ ବଜେଟ ଆଗତ କରି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବର୍ଷ ଷ୍ଟକ ବଜାର ନିବେଶରୁ ହେଉଥିବା ଆୟ ଉପରେ ୧୦ ପ୍ରତିଶତ ଲଙ୍ଗ ଟର୍ମ କ୍ୟାପିଟାଲ ଗେନ ଟାକ୍ସ ବସାଇବା ବିଷୟରେ ଘୋଷଣା କରିଥିଲେ । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଷ୍ଟକ ବଜାରରେ ଦୀର୍ଘ ମିଆଦୀ ନିବେଶ କରିବାକୁ ନିବେଶକମାନେ ଆଗ୍ରହ ହରାଇବେ ଫଳରେ ଦେଶକୁ ପୁଞ୍ଜି ପ୍ରବାହ କମିବ ବୋଲି ଆଶଙ୍କା କରାଯାଉଛି ।

ସମ୍ବନ୍ଧିତ ଖବର