ଷ୍ଟକବଜାରରେ ଭୂକମ୍ପ , ସେନସେକ୍ସ ୧୧୨୭ ପଏଣ୍ଟ କମିଲା

ମୁମ୍ବାଇ : ଶୁକ୍ରବାରଦିନ ଭାରତୀୟ ଷ୍ଟକ ବଜାରରେ ହଠାତ ହ୍ରାସ ପରିଲକ୍ଷିତ ହୋଇଛି । ଦିନ ପ୍ରାୟ ୧ଟା ବେଳକୁ ଏହି ହ୍ରାସ ଦେଖାଦେଇଥିଲା । ବିଏସଇ ସେନସେକ୍ସ ପ୍ରାୟ ୧୧୨୭.୫୮ ପଏଣ୍ଟ ହ୍ରାସ ପାଇ ୩୬,୪୮୫.୮୪ ପଏଣ୍ଟରେ ପହଞ୍ଚିଥିଲା । ତେବେ ସେନସେକ୍ସ ହଠାତ ହ୍ରାସ ପାଇ ଅଳ୍ପ ସମୟ ମଧ୍ୟରେ ନିଜକୁ ସୁଧାରି ନେଇଥିଲା । କେବଳ ସେନସେକ୍ସ ନୁହେଁ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟୀ ମଧ୍ୟ ପ୍ରାୟ ୪୦୦ ପଏଣ୍ଟ ହ୍ରାସ ପାଇ ୧୧ ହଜାର ପଏଣ୍ଟ ତଳକୁ ଖସିଯାଇଥିଲା । ଉଭୟ ସୂଚକାଙ୍କ ଦିନ ପ୍ରାୟ ୧ଟା ବେଳେ ଦ୍ରୁତ ଗତିରେ ଖସିବାକୁ ଆରମ୍ଭ କଲେ ଓ ୧.୨୮ ବେଳକୁ ପୁଣି ନିଜର ସ୍ଥିତିକୁ ସ୍ୱାଭାବିକ ସ୍ତରକୁ ନେଇ ଆସିଲେ । ଭିତ୍ତିଭୂମି ଫାଇନାନ୍ସ କମ୍ପାନି ଆଇଏଲଏଣ୍ଡଏଫଏସରେ ଦେଖାଯାଇଥିବା ସଂକଟ ଯୋଗୁଁ ଏପରି ହୋଇଥିବା କୁହାଯାଉଛି । ନିକଟରେ ଏହି ସଂସ୍ଥା ୧୦୦ କୋଟି ଟଙ୍କାର ଏକ ଋଣ ଖିଲାପୀ କରିଛି ।

ସମ୍ବନ୍ଧିତ ଖବର