ମୁମ୍ବାଇ: ଆମେରିକା ପ୍ରକାଶ କରିଥିବା ନିଯୁକ୍ତି ତଥ୍ୟ ଚିନ୍ତାଜନକ ରହିବାରୁ ତାହାର ପ୍ରଭାବରେ ସାରା ବିଶ୍ବରେ ଷ୍ଟକ୍ ବଜାର କାରବାର ପ୍ରଭାବିତ ହୋଇଛି। ଭାରତର ଦୁଇ ଷ୍ଟକ୍ ବଜାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ମଧ୍ୟ ସେହି ଧାରାରେ ପ୍ରଭାବିତ ହୋଇଛନ୍ତି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ଶୁକ୍ରବାର ୧୦୭୦ ପଏଣ୍ଟ ହ୍ରାସ ପାଇ ୮୧,୧୩୦ ପଏଣ୍ଟରେ ବନ୍ଦ ହୋଇଛି। ଫଳରେ ନିବେଶକମାନେ ୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। 

Advertisment

ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍‌ଟି ୩୧୪ ପଏଣ୍ଟ ହ୍ରାସ ପାଇ ୨୪,୮୩୧ ପଏଣ୍ଟରେ ବନ୍ଦ ହୋଇଛି।ନିବେଶକମାନେ ବିଭିନ୍ନ କମ୍ପାନିର ସେୟାରକୁ ବିକ୍ରି କରିଥିଲେ। ଏହାର ପ୍ରଭାବରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଷ୍ଟେଟ୍‌ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଲ୍‌ଆଣ୍ଡଟି, ଇନ୍‌ଫୋସିସ୍‌, ଆଇଟିସି, ଏଚ୍‌ସିଏଲ୍‌ ଟେକ୍ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ସେୟାର ମୂଲ୍ୟ ହ୍ରାସ ପାଇଛି। ଅନ୍ୟପକ୍ଷରେ, ଏଚ୍‌ସିଏଲ୍‌ ଟେକ୍, ଟାଟା ମୋଟର୍ସ, ଆଇଟିସି, ଏନ୍‌ଟିପିସି ଓ ବିପିସିଏଲ୍‌ ସେୟାର ମୂଲ୍ୟ ବଢ଼ିଛି।