ମୁମ୍ବାଇ: ଚୀନ୍ରେ ବ୍ୟାପୁଥିବା ନୂଆ ଏଚ୍ଏମ୍ପି ଭାଇରସ୍କୁ ନେଇ ସାରା ବିଶ୍ବର ଚିନ୍ତା ଷ୍ଟକ୍ ବଜାର କାରବାରରେ ପ୍ରତିଫଳିତ ହୋଇଛି। ଏହି ଭାଇରସ୍ ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରଭାବିତ କରିବା ଆଶଙ୍କା ଥିବାରୁ ନିବେଶକମାନେ ଭୟଭୀତ ହୋଇ ବିଭିନ୍ନ କମ୍ପାନିର ସେୟାର ବିକ୍ରି କରିଛନ୍ତି। ତେଣୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ସୋମବାର ୧୨୫୮ ପଏଣ୍ଟ ହ୍ରାସ ପାଇ ୭୭,୯୬୪ ପଏଣ୍ଟରେ ବନ୍ଦ ହୋଇଛି।
ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୩୮୯ ପଏଣ୍ଟ ହ୍ରାସ ପାଇ ୨୩,୬୧୬ ପଏଣ୍ଟରେ ବନ୍ଦ ହୋଇଛି। ସେନ୍ସେକ୍ସରେ ଘଟିଥିବା ହ୍ରାସ ଯୋଗୁଁ ନିବେଶକମାନଙ୍କ ୯.୫ ଲକ୍ଷ କୋଟି ଟଙ୍କା ଡୁବିଛି। ଗତ ତିନି ମାସ ମଧ୍ୟରେ କୌଣସି ଗୋଟିଏ ଦିନରେ ନିବେଶକଙ୍କ ଏଭଳି କ୍ଷତିର ଏହା ହେଉଛି ପ୍ରଥମ ମାମଲା। ଷ୍ଟକ୍ ବଜାରରେ ରିଅଲ ଇଷ୍ଟେଟ୍, ଶକ୍ତି, ଧାତବ, ବ୍ୟାଙ୍କ ଆଦି କ୍ଷେତ୍ରର କମ୍ପାନିଗୁଡ଼ିକ ଅଧିକ ପ୍ରଭାବିତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/Sensex-960x540-1.jpg)