ଷ୍ଟକ ବଜାରରେ ବଡ଼ ଧରଣର ହ୍ରାସ, ସେନସେକ୍ସ ୬୯୦ ଓ ନିଫଟୀ ୧୯୭ ପଏଣ୍ଟ କମିଲା

ମୁମ୍ବାଇ : ଭାରତୀୟ ଷ୍ଟକ ବଜାରରେ ଆଜି ଏକ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ ପ୍ରାୟ ୬୯୦ ପଏଣ୍ଟ ହ୍ରାସ ପାଇଥିବାବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟୀ ୧୯୭ ପଏଣ୍ଟ ହ୍ରାସ ପାଇଛି । ଏହି ହ୍ରାସ ସହ ସେନସେକ୍ସ ୩୫,୭୪୨ ପଏଣ୍ଟରେ ବନ୍ଦ ହୋଇଥିବାବେଳେ ନିଫଟୀ ୧୦୭୫୪ ପଏଣ୍ଟରେ ବନ୍ଦ ହୋଇଛି । ଅନ୍ତର୍ଜାତୀୟ ବଜାର ପ୍ରଭାବରୁ ଏହି ହ୍ରାସ ହୋଇଥିବା ବଜାର ବିଶେଷଜ୍ଞମାନେ କହୁଛନ୍ତି ।

ଅନ୍ତର୍ଜାତୀୟ ସ୍ତରରେ ଆମେରିକା ଓ ଚୀନ ମଧ୍ୟରେ ବଢିଚାଲିଥିବା ବିବାଦର ପ୍ରଭାବ ବିଶ୍ୱର ପ୍ରମୁଖ ଷ୍ଟକ ବଜାରଗୁଡିକ ଉପରେ ପଡିଛି । ଅନ୍ୟପକ୍ଷରେ ଡଲାର ତୁଳନାରେ ଭାରତୀୟ ଟଙ୍କା ପୁଣି ୭୦ ତଳକୁ ଖସିଯାଇଛି । ଏହା ୫୨ ପଇସା ହ୍ରାସ ପାଇ ୭୦.୨୨ରେ ପହଞ୍ଚିଛି ।ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ ମୂଲ୍ୟ ୫୩.୬୪ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୫୫.୪୯ ଡଲାରକୁ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର