ମୁମ୍ବାଇ: ସେୟାର ବଜାର ଗତ କିଛିଦିନ ହେଲା ନିମ୍ନମୁଖୀ ହେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଧମକ ଦେବା ପରେ ଷ୍ଟକ ବଜାର ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି। ସେନସେକ୍ସ ଓ ନିଫ୍ଟି ଗତ ୮ ମାସର ନିମ୍ନ ସ୍ତରକୁ ଖସିଆସିଛି। ଶୁକ୍ରବାର ସେନସେକ୍ସ ୪୨୫ ପଏଣ୍ଟ (୦.୬%) ହ୍ରାସ ଘଟି ୭୫,୩୧୧ ପଏଣ୍ଟରେ ବନ୍ଦ ହୋଇଛି। ସେହିଭଳି ନିଫ୍ଟି ୧୧୭ ପଏଣ୍ଟ କମି ୨୨,୭୯୬ ପଏଣ୍ଟରେ ବନ୍ଦ ହୋଇଛି। ୨୦୨୪ ଜୁନ ୬ ଠାରୁ ଶୁକ୍ରବାର ସେନସେକ୍ସ ସବୁଠୁ କମ୍ ସ୍ତରରେ ରହିଥିବାବେଳେ ନିଫ୍ଟି ୨୦୨୪ ଜୁନ ୫ ଠାରୁ ସବୁଠୁ କମ୍ ସ୍ତରରେ ରହିଛି। ଉଭୟ ସେନସେକ୍ସ ଓ ନିଫ୍ଟି କ୍ରମାଗତ ଦ୍ବିତୀୟ ସପ୍ତାହ ପାଇଁ ତଳକୁ ଖସିଛି। ଟ୍ରମ୍ପଙ୍କ ପ୍ରଭାବ ସହିତ ଅନ୍ୟାନ୍ୟ କାରଣ ପାଇଁ ମଧ୍ୟ ସେନସେକ୍ସ ପ୍ରଭାବିତ ହୋଇଛି। ବିଦେଶୀ ସଂସ୍ଥାଗତ ନିବେଶକମାନେ ଭାରତୀୟ ବଜାରରୁ ପୁଞ୍ଜି ଉଠାଇ ନେଉଛନ୍ତି। ଶୁକ୍ରବାର ଦିନ ସେମାନେ ୩୪୫୦ କୋଟି ଟଙ୍କା ଉଠାଇ ନେଇଥିବାବେଳେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନେଲେଣି।
ସର୍ବନିମ୍ନ ସ୍ତରକୁ ଖସିଲା ସେନସେକ୍ସ
ସେୟାର ବଜାର ଗତ କିଛିଦିନ ହେଲା ନିମ୍ନମୁଖୀ ହେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଧମକ ଦେବା ପରେ ଷ୍ଟକ ବଜାର ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି। ସେନସେକ୍ସ ଓ ନିଫ୍ଟି ଗତ ୮ ମାସର ନିମ୍ନ ସ୍ତରକୁ ଖସିଆସିଛି।
/sambad/media/media_files/2025/01/21/5Uw0xltp4RX7A5Azecm9.jpeg)