ନୂଆଦିଲ୍ଲୀ: ରାଜସ୍ବ ସଚିବ ତରୁଣ ବଜାଜଙ୍କ କାର୍ଯ୍ୟକାଳକୁ କେନ୍ଦ୍ର ସରକାର ଆଉ ଏକ ବର୍ଷ ବଢ଼ାଇଛନ୍ତି। ଏଥି ସହିତ ତାଙ୍କୁ କର୍ପୋରେଟ୍ ବ୍ୟାପର ମନ୍ତ୍ରାଳୟର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ଏହା ପୂର୍ବରୁ ଆର୍ଥନୈତିକ ବ୍ୟାପାର ସଚିବ ଅଜୟ ସେଠ୍ ଛୁଟିରେ ଯିବାରୁ ଚଳିତ ବର୍ଷ ଅଗଷ୍ଟ ୧୨ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକୁ ଅତିରିକ୍ତ ଦାୟତ୍ବ ଭାବେ ତୁଲାଇବାକୁ ସରକାର ବଜାଜଙ୍କୁ କହିଥିଲେ। ଗୋଟିଏ ବର୍ଷର ବଜାଜଙ୍କୁ ଦୁଇଟି ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ୨୦୨୦ ମେ’ରୁ ୨୦୨୧ ଏପ୍ରିଲ୍ ପର୍ଯ୍ୟନ୍ତ ସେ ପୂର୍ଣ୍ଣକାଳୀନ ଅର୍ଥନୈତିକ ବ୍ୟାପାର ସଚିବ ଭାବେ କାମ କରିଥିଲେ। ଏହା ପରେ ତାଙ୍କୁ ରାଜସ୍ବ ସଚିବ ଭାବେ ନିଯୁକ୍ତି ମିଳିଥିଲା।
ରାଜସ୍ବ ସଚିବ ତରୁଣ ବଜାଜଙ୍କ କାର୍ଯ୍ୟକାଳ ବର୍ଷେ ବଢ଼ିଲା
/sambad/media/post_attachments/wp-content/uploads/2022/08/564j654gdj654gd65g4jg65j.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)