ପ୍ରଥମ ଥର ଲାଗି ୫୨,୦୦୦ରେ ପହଞ୍ଚିଲା ସେନ୍‌ସେକ୍ସ୍‍; ନିଫ୍‌ଟିର ସର୍ବକାଳୀନ ରେକର୍ଡ

ନୂଆଦିଲ୍ଲୀ: ଡିସେମ୍ବର କ୍ୱାର୍ଟର୍‌ରେ କର୍ପୋରେଟ୍‌ର ବଳିଷ୍ଠ ଉପାର୍ଜନ ତ୍ୱରିତ୍ୱ ଆର୍ଥିକ ସୁଧାରର ଆଶା ବଢ଼ାଇଥିବା ବେଳେ ସୋମବାର ଦିନ ଭାରତୀୟ ସେୟାର୍‌ ସର୍ବକାଳୀନ ରେକର୍ଡ ୫୨,୦୦୦ ମାର୍କରେ ପହଞ୍ଚିଛି।

ଆଜି ସକାଳ ୯.୨୫ ସୁଦ୍ଧା ୧୫,୨୯୦.୮୫ରେ ପହଞ୍ଚିଥିବା ‘ଏନ୍‌ଏସ୍‌ଇ ନିଫ୍‌ଟି’ର ୫୦ ଇଣ୍ଡେକ୍ସ୍‍ ୦.୮୪% ଅଧିକ ରହିଥିବା ବେଳେ ‘ଏସ୍‌ ଆଣ୍ଡ୍‌ ପି ବିଏସ୍‌ଇ ସେନ୍‌ସେକ୍ସ୍‍’ ୫୨,୦୨୯.୮୦ରେ ପହଞ୍ଚି ୦.୯୪% ବୃଦ୍ଧି ପାଇଛି। ପ୍ରାରମ୍ଭିକ ବ୍ୟବସାୟରେ ଉଭୟ ଇଣ୍ଡେକ୍ସ୍‍ ରେକର୍ଡ ସ୍ପର୍ଶ କରିଛି।

Image Courtesy of India Today

ଲାଭ କରିବାରେ ବ୍ୟାଙ୍କ୍‌ମାନେ ଅଗ୍ରଣୀ ଥାଇ ୧୪ଟି ସେକ୍ଟରର ଇଣ୍ଡେକ୍ସ୍‍ରୁ ୧୩ଟି ସେକ୍ଟର୍‌ ଊର୍ଦ୍ଧ୍ୱମୁଖୀ ହୋଇଛି। ନିଫ୍‌ଟି ୫୦ ହେବାରେ ‘ଏଚ୍‌ଡିଏଫସି ବ୍ୟାଙ୍କ୍‌’ ଏବଂ ‘ଆଇସିଆଇସିଆଇ ବ୍ୟାଙ୍କ୍‌’ର ଅଧିକ ଭୂମିକା ରହିଛି।

Image Courtesy of Zee News

ଶୁକ୍ରବାର ଦିନ ପ୍ରାପ୍ତ ତଥ୍ୟ ଅନୁସାରେ, ଜାନୁଆରି ମାସକୁ ମିଶାଇ ଭାରତର ଖୁଚୁରା ମୁଦ୍ରାସ୍ଫୀତି କ୍ରମାଗତ ଦୁଇ ମାସ ଧରି କେନ୍ଦ୍ରୀୟ ବ୍ୟାଙ୍କ୍‌ର ‘ଟାର୍ଗେଟ୍‌ ରେଞ୍ଜ୍‌’ ମଧ୍ୟରେ ରହିଛି।

ସଫଳତାର ସହ କରୋନାଭାଇରସ୍‌ ଟିକା ବିଶ୍ୱବ୍ୟାପୀ ଉପଲବ୍ଧ ହେବା ପରେ ଅନ୍ୟ ଏସୀୟ ଷ୍ଟକ୍‌ଗୁଡ଼ିକ ମଧ୍ୟ ଆଜି ରେକର୍ଡ ସ୍ତରକୁ ଉଠିଛି।

ସମ୍ବନ୍ଧିତ ଖବର