ମୁମ୍ବାଇ: ବମ୍ବେ ଷ୍ଟକ ବଜାର ସେନ୍ସେକ୍ସରେ କିଛି ଦିନ ହେଲାଣି ଦେଖାଦେଇଥିବା ଅସ୍ଥିରତା ଜାରି ରହିଛି। ଆଜି ଷ୍ଟକ ବଜାରର ସେନ୍ସେକ୍ସ ୭୩୨ ପଏଣ୍ଟ ବୃଦ୍ଧି ସହ ୭୪,୭୩୪ ପଏଣ୍ଟ୍ରେ ବନ୍ଦ ହୋଇଛି। ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସୁଧାର ହେବା ଓ ଏସିଆର ବିଭିନ୍ନ ଦେଶର ଷ୍ଟକ ବଜାରରେ ଭଲ କାରବାର ହୋଇଥିବାରୁ ବେମ୍ବ ଷ୍ଟକ ବଜାର ନିବେଶକମାନଙ୍କ ମନୋବଳ ସୁଦୃଢ଼ ଥିଲା। ସେମାନେ ବିଭିନ୍ନ କଂପାନିର ସେୟାର ଖରିଦ କରିବାରୁ ସେନ୍ସେକ୍ସରେ ଏଭଳି ବଡ଼ ଧରଣର ବୃଦ୍ଧି ହୋଇଛି। ଜାତୀୟ ଷ୍ଟକ ବଜାରର ନିଫ୍ଟି ୨୩୮ ପଏଣ୍ଟ୍ ବୃଦ୍ଧି ସହ ୧୦,୭୪୨ ପଏଣ୍ଟ୍ରେ ବନ୍ଦ ହୋଇଛି। ସେନ୍ସେକ୍ସରେ ଆଜି ଦେଖାଦେଇଥିବା ବୃଦ୍ଧି ଯୋଗୁ ନିବେଶକମାନେ ଦୁଇ ଲକ୍ଷ କୋଟିରୁ ଅଧିକ ଲାଭ ହାସଲ କରିଛନ୍ତି। ଗତକାଲି ସେନସେକ୍ସରେ ବଡ଼ ଧରଣର ହ୍ରାସ ହୋଇଥିଲା ଓ ନିବେଶକମାନେ ଅଢ଼େଇ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ହରାଇଥିଲେ। ବିଗତ ଏକ ମାସ ଭିତରେ ସେନ୍ସେକ୍ସରେ ଅନେକ ଥର ବଡ଼ ଧରଣର ହ୍ରାସ ହୋଇଥିବା ବେଳେ ମାତ୍ର ଦୁଇ ଥର ୫୦୦ରୁ ଅଧିକ ପଏଣ୍ଟ ବୃଦ୍ଧି ହୋଇଛି।
ସେନ୍ସେକ୍ସ ବଢ଼ିଲା ୭୩୨ ପଏଣ୍ଟ୍
/sambad/media/post_attachments/wp-content/uploads/2018/01/sensex.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)