ମୁମ୍ବାଇ: ବମ୍ବେ ଷ୍ଟକ ବଜାର ସେନ୍ସେକ୍ସ ଆଜି ପ୍ରଥମ ଥର ଲାଗି ୫୦,୦୦୦ ପଏଣ୍ଟ୍ ଅତିକ୍ରମ କରିଥିଲା। ଆଜିର କାରବାର ଆରମ୍ଭ ହେବା କ୍ଷଣି ଏହି ସଫଳତା ମିଳିଥିଲା। କାରବାର ଶେଷ ପର୍ଯ୍ୟନ୍ତ କିନ୍ତୁ ସେହି ଖୁସି ରହିନଥିଲା। କିଛି ନିବେଶକ ଲାଭ ପାଇବା ଆଶାରେ ସେୟାର ବିକ୍ରି କରିବାରୁ ୧୬୭ ପଏଣ୍ଟ୍ ହ୍ରାସ ସହ ୪୯,୬୨୪ ପଏଣ୍ଟ୍ରେ ବନ୍ଦ ହୋଇଛି ସେନ୍ସେକ୍ସ। ସେହିପରି ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ନିଫ୍ଟି ମଧ୍ୟ ୫୪ ପଏଣ୍ଟ୍ ହ୍ରାସ ପାଇ ୧୪,୫୯୦ ପଏଣ୍ଟ୍ରେ ବନ୍ଦ ହୋଇଛି। ସେନ୍ସେକ୍ସ ଏହାର ଯାତ୍ରା ଆରମ୍ଭ କରିବା ପରେ ୧୯୭୯ ଏପ୍ରିଲ୍ରେ ପ୍ରଥେମ ୧୦୦ ପଏଣ୍ଟ୍ରେ ପହଞ୍ଚିଥିଲା। ଦୀର୍ଘ ବର୍ଷ ପ୍ରତୀକ୍ଷା ପରେ ୧୯୯୦ ଜୁଲାଇରେ ଏହା ୧୦୦୦ ପଏଣ୍ଟ୍ ମାଇଲଖୁଣ୍ଟ ହାସଲ କରିଥିଲା। ପଚାଶ ହଜାର ପଏଣ୍ଟ୍ରେ ପହଞ୍ଚିବାକୁ ଆଉ ୩୦ ବର୍ଷ ସମୟ ଲାଗିଛି। ଷ୍ଟକ ବଜାର ବିଗତ କିଛି ମାସ ଭିତରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ୨୦୨୦ରେ ରେକର୍ଡ ସଂଖ୍ୟକ ନୂଆ ଡିମାଟ୍ ଆକାଉଣ୍ଟ୍ ଖୋଲାଯାଇଛି। ଏହାର ପୂର୍ବ ବର୍ଷ ଖୋଲାଯାଇଥିବା ଡିମାଟ୍ ଆକାଉଣ୍ଟ୍ ତୁଳନାରେ ଏହା ଦୁଇ ଗୁଣା ଅଧିକ।
ସେନ୍ସେକ୍ସର ଯାତ୍ରା, ୫୦,୦୦୦ ମାଇଲଖୁଣ୍ଟ
/sambad/media/post_attachments/wp-content/uploads/2021/01/f5h456sf456fsh465fh456456h4fsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)