ମୁମ୍ବାଇ : ଭାରତର ସର୍ବବୃହତ ସୂଚକାଙ୍କ ସେନ୍ସେକ୍ସ ଗତ ୪୫ ବର୍ଷ ମଧ୍ୟରେ ନିବେଶକମାନଙ୍କୁ ୮୫୦ ଗୁଣ ଚମତ୍କାର ରିଟର୍ଣ୍ଣ ଦେଇଛି। ଏପ୍ରିଲ ୧୯୭୯ରେ ସେନ୍ସେକ୍ସ ଆରମ୍ଭ ହେବା ବେଳକୁ ଯଦି ଜଣେ ୧ ଲକ୍ଷ ଟଙ୍କା ନିବେଶ ହୋଇଥିବେ, ତାହା ବର୍ତ୍ତମାନ ୮.୫ କୋଟି ଟଙ୍କା ରେ ପହଞ୍ଚିଥିବ। ଚଳିତ ସପ୍ତାହରେ ସେନ୍ସେକ୍ସ ୮୫ ହଜାର ପଏଣ୍ଟ ଛୁଇଁବା ପରେ ଏବେ ସେନ୍ସେକ୍ସ ୧ ଲକ୍ଷ ଛୁଇଁବା ସମ୍ଭାବନା ଲାଗୁଛି। ଦଲାଲ ଷ୍ଟ୍ରିଟର କିଛି ଆଶାବାଦୀ ବିଶେଷଜ୍ଞ ଆସନ୍ତା ଆର୍ଥିକ ବର୍ଷରେ ହିଁ ଏହି ସଫଳତା ହାସଲ କରିବାକୁ ଆଶା ରଖିଛନ୍ତି। ଯଦି ସେନ୍ସେକ୍ସ ଏହାର ଐତିହାସିକ ହାରାହାରି ୧୬% ସିଏଜିଆର୍ ରେ ବୃଦ୍ଧି ଜାରି ରଖେ, ତେବେ ୨୦୨୫ ଡିସେମ୍ବର ବେଳକୁ ଏହି ସଂଖ୍ୟା ରେ ପହଞ୍ଚିବାର ସମ୍ଭାବନା ରହିଛି।

Advertisment

ବଜାର ବିଶେଷଜ୍ଞ ବୈଭବ ପୋରୱାଲ କହନ୍ତି, ଆମେ ଆଶା କରୁଛୁ ଯେ ବଜାରଏହି ସ୍ତରରେ ପହଞ୍ଚିବାକୁ ଆହୁରି ୧୮-୨୪ ମାସ ଲାଗିବ । ତେବେ ବଜାରରେ ଜୋରଦାର କ୍ରୟ ଦେଖିବାକୁ ମିଳୁଛି, ଯେଉଁଥିରେ ଉତ୍କୃଷ୍ଟ ଲିକ୍ୟୁଡିଟି ରହିଛି। ଏଭଳି ସ୍ଥିତିରେ ତା ପୂର୍ବରୁ ବି ସେନସେକ୍ସକୁ ୧ ଲକ୍ଷ ପଏଣ୍ଟରେ ଦେଖିବାକୁ ମିଳିପାରେ ।

୧ ଲକ୍ଷର ଯାଦୁକରୀ ସ୍ତରଛୁଇଁବା ପାଇଁ ସେନସେକ୍ସକୁ ଆଉ ୧୭.୫% ବୃଦ୍ଧି ର ଆବଶ୍ୟକତା ରହିଛି । ଯଦି ବଜାର ପ୍ରତିଦିନ ଏକ ପ୍ରତିଶତ ବୃଦ୍ଧି ପାଇବା ଆରମ୍ଭ କରେ, ତେବେ ୧୮ଟି ଟ୍ରେଡିଂ ଅଧିବେଶନରେ ଏହି ସଂଖ୍ୟା ସମ୍ପୂର୍ଣ୍ଣ ହେବ, କିନ୍ତୁ ବାସ୍ତବରେ ଏହା କେବେ ହେବ ତାହା କେବଳ ଅନୁମାନ କରାଯାଇପାରେ । ବଜାର ବିଶେଷଜ୍ଞ ବୈଭବ ପୋରୱାଲ କହନ୍ତି, ଆମେ ଆଶା କରୁଛୁ ଯେ ବଜାରଏହି ସ୍ତରରେ ପହଞ୍ଚିବାକୁ ଆହୁରି ୧୮-୨୪ ମାସ ଲାଗିବ । ତେବେ ବଜାରରେ ଜୋରଦାର କ୍ରୟ ଦେଖିବାକୁ ମିଳୁଛି, ଯେଉଁଥିରେ ଉତ୍କୃଷ୍ଟ ଲିକ୍ୟୁଡିଟି ରହିଛି। ଏଭଳି ସ୍ଥିତିରେ ତା ପୂର୍ବରୁ ବି ସେନସେକ୍ସକୁ ୧ ଲକ୍ଷ ପଏଣ୍ଟରେ ଦେଖିବାକୁ ମିଳିପାରେ । ଅର୍ଥାତ ଆସନ୍ତା ବର୍ଷ ଶେଷ ସୁଦ୍ଧା ଏହା ଦେଖିବାକୁ ମିଳିପାରେ ।