ସେନ୍‌ସେକ୍ସ ୪୫୩ ପଏଣ୍ଟ୍‌ ବଢ଼ିଲା

ମୁମ୍ବାଇ: ବମ୍ବେ ଷ୍ଟକ ବଜାର ସେନ୍‌ସେକ୍ସ ଆଜି ୪୫୩ ପଏଣ୍ଟ୍‌ ବୃଦ୍ଧି ସହ ୩୬,୧୭୦ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଏଥି ସହିତ ପୁଣି ଥରେ ସେନ୍‌ସେକ୍ସ ୩୬ ହଜାର ପଏଣ୍ଟ୍‌ ସ୍ତର ଅତିକ୍ରମ କରିଛି। ଜାତୀୟ ଷ୍ଟକ ବଜାର ନିଫ୍‌ଟିରେ ମଧ୍ୟ ଆଜି ୧୨୯ ପଏଣ୍ଟ୍‌ର ବୃଦ୍ଧି ହୋଇଥିଲା। ଫଳରେ ଏହା ୧୦,୮୫୮ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ୍ ରିଜର୍ଭ ଦେଇଥିବା ଏକ ମନ୍ତବ୍ୟ ଯୋଗୁ ସାରା ବିଶ୍ବର ନିବେଶକମାନଙ୍କ ମନୋବଳ ବୃଦ୍ଧି ପାଇଥିଲା। ଏହାର ପ୍ରଭାବରେ ଭାରତୀୟ ନିବେଶକମାନେ ଷ୍ଟକ ବଜାରରେ ବିଭିନ୍ନ ସଂସ୍ଥାର ସେୟାର କିଣାକିଣି କରିଥିଲେ। ଫଳରେ ସେନ୍‌ସେକ୍ସରେ ବୃଦ୍ଧି ଦେଖାଦେଇଥିଲା।

ସମ୍ବନ୍ଧିତ ଖବର