ମୁମ୍ବାଇ : ସୋମବାର ଅର୍ଥାତ୍ ସପ୍ତାହର ପ୍ରଥମ କାରବାର ଅଧିବେଶନ ଭାରତୀୟ ଷ୍ଟକ ବଜାର ପାଇଁ ଐତିହାସିକ ଥିଲା । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ପ୍ରଥମ ଥର ପାଇଁ ୨୪,୬୦୦ ଟପି ୨୪,୬୩୫ ରେ ପହଞ୍ଚିଥିବା ବେଳେ ନିଫ୍ଟିର ମିଡକ୍ୟାପ ସୂଚକାଙ୍କ ଐତିହାସିକ ଉଚ୍ଚତା ଛୁଇଁବାରେ ସକ୍ଷମ ହୋଇଛି। ଆଜି ବଜାରରେ ଫାର୍ମା ଓ ଏନର୍ଜି ସେୟାରରେ କ୍ରୟ ଦେଖିବାକୁ ମିଳିଛି। ବଜାର ବନ୍ଦ ବେଳକୁ ବିଏସ୍ଇ ସେନସେକ୍ସ ୧୪୫.୩୨ ପଏଣ୍ଟ ବୃଦ୍ଧି ପାଇ ୮୦,୬୫୫ ରେ ବନ୍ଦ ହୋଇଥିବା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୮୧.୭୫ ପଏଣ୍ଟ ବୃଦ୍ଧି ପାଇ ୨୪,୫୮୪ ପଏଣ୍ଟରେ ବନ୍ଦ ହୋଇଛି।
ଭାରତୀୟ ଷ୍ଟକ ବଜାରରେ ଚମତ୍କାର ବୃଦ୍ଧି ଯୋଗୁଁ ବିଏସଇରେ ତାଲିକାଭୁକ୍ତ ଷ୍ଟକଗୁଡ଼ିକର ବଜାର ପୁଞ୍ଜି ୪୫୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରି ୪୫୫.୧୨ ଲକ୍ଷ କୋଟି ଟଙ୍କାର ଐତିହାସିକ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି, ଯାହା କି ପୂର୍ବ କାରବାର ଅଧିବେଶନରେ ୪୫୨.୩୮ ଲକ୍ଷ କୋଟି ଟଙ୍କା ଥିଲା । ଅର୍ଥାତ୍ ଆଜିର ଅଧିବେଶନରେ ନିବେଶକଙ୍କ ସମ୍ପତ୍ତିରେ ୨.୭୪ ଲକ୍ଷ କୋଟି ଟଙ୍କାର ବୃଦ୍ଧି ଘଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/sensex.jpg)