ମୁମ୍ବାଇ : ୬ ଦିନ ପରେ ଭାରତୀୟ ଷ୍ଟକ ବଜାରରେ ଉତ୍ସାହ ଫେରିଛି । ହରିୟାଣା ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ଏହାର ଏକ କାରଣ ବୋଲି କୁହାଯାଉଛି । ମଙ୍ଗଳବାର ବିଏସଇ ସେନସେକ୍ସ ୫୮୪ ପଏଣ୍ଟ ବୃଦ୍ଧି ପାଇ ୮୧,୬୩୪ ପଏଣ୍ଟରେ ବନ୍ଦ ହୋଇଥିବାବେଳେ ନିଫଟି ୨୩୯ ପଏଣ୍ଟ ବୃଦ୍ଧି ପାଇ ୨୫୦୩୫ ପଏଣ୍ଟରେ ବନ୍ଦ ହୋଇଛି । ଷ୍ଟକ ବଜାରରେ ଉତ୍ସାହର ଆହୁରି କେତେକ କାରଣ ରହିଛି । ଆସନ୍ତା ୯ ତାରିଖରେ ରିଜର୍ଭ ବ୍ୟାଙ୍କ ନିଜର ମୁଦ୍ରାନୀତି ପ୍ରକାଶ କରିବ ଓ ବିଭିନ୍ନ କମ୍ପାନିଙ୍କ ୨ୟ ତିନିମାସ ଫଳାଫଳକୁ ନେଇ ସକାରାତ୍ମକ ସଂକେତ ବଜାର ଉପରେ ପଡ଼ିଛି ।
ସୋମବାର ସେୟାର ମାର୍କେଟ ବନ୍ଦ ହେବା ବେଳକୁ ସେନସେକ୍ସ ୬୦୦ ପଏଣ୍ଟରୁ ଅଧିକ ହ୍ରାସ ଦେଖିବାକୁ ମିଳିଥିଲା । ସେହିପରି ନିଫ୍ଟିରେ ମଧ୍ୟ ପ୍ରାୟ ୨୦୦ ପଏଣ୍ଟ ହ୍ରାସ ଘଟିଥଲା। ଏହି ହ୍ରାସ ଯୋଗୁଁ ଷ୍ଟକ ବଜାର ନିବେଶକମାନେ ୮.୬୬ ଲକ୍ଷ କୋଟି ଟଙ୍କା ହରାଇଥିଲେ। କ୍ରମାଗତ ଷଷ୍ଠ କାରବାର ଦିନ ପାଇଁ ସେୟାର ବଜାରରେ ହ୍ରାସ ଦେଖିବାକୁ ମିଳିଥିଲା । ଏହି ୬ଟି ସେସନରେ ସେନସେକ୍ସରେ ପ୍ରାୟ ୪,୮୦୦ ପଏଣ୍ଟ ଓ ନିଫ୍ଟିରେ ପ୍ରାୟ ୧୪୦୦ ପଏଣ୍ଟ ହ୍ରାସ ଘଟିଛି। ଗତ ୬ଟି କାରବାର ସେସନରେ ମୋଟ ୨୫ ଲକ୍ଷ କୋଟି ଟଙ୍କା ହରାଇଥିଲେ। ମଙ୍ଗଳବାର ପୁଣି ସୂଚକାଙ୍କ ବଢିବା ନିବେଶକଙ୍କୁ ଆଶାବାଦୀ କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/9nHTvMmsWnKF7V3xLTdc.jpeg)