ବଜେଟ୍ ଘୋଷଣା ପରେ ଷ୍ଟକ ବଜାରରେ ଉତ୍ସାହ, ସେନସେକ୍ସ ୨୩୧୫ ପଏଣ୍ଟ ବୃଦ୍ଧି

ମୁମ୍ବାଇ :  କେନ୍ଦ୍ର ସରକାରଙ୍କ ନୂଆ ବଜେଟକୁ ସ୍ବାଗତ କରିଛି ଷ୍ଟକ ବଜାର । ସେନସେକ୍ସ ଆଜି ୨୩୧୪.୮୪ ପଏଣ୍ଟ ବୃଦ୍ଧି ସହ ୪୮୬୦୦.୬୧ ପଏଣ୍ଟରେ ବନ୍ଦ ହୋଇଥିବାବେଳେ ନିଫଟୀ ୬୪୬.୬୧ ପଏଣ୍ଟ ବୃଦ୍ଧି ପାଇ ୧୪,୨୮୧ ପଏଣ୍ଟରେ ବନ୍ଦ ହୋଇଛି । ଯେକୌଣସି ବଜେଟ ଦିନରେ ଏହା ହେଉଛି ସେନସେକ୍ସରେ ସର୍ବାଧିକ ବୃଦ୍ଧି । ନିର୍ମଳାଙ୍କ ବିଗତ ଦୁଇ ବଜେଟ ଘୋଷଣା ଦିନ ଷ୍ଟକ ବଜାରରେ ହ୍ରାସ ଦେଖାଦେଇଥିଲା ।

ନିଜ ବଜେଟରେ ଅର୍ଥମନ୍ତ୍ରୀ ସ୍ବାସ୍ଥ୍ୟସେବା କ୍ଷେତ୍ର, ଭିତ୍ତିଭୂମି, କୃଷି, ଅଟୋମୋବାଇଲ୍ସ, ବ୍ୟାଙ୍କିଙ୍ଗ ଆଦି କ୍ଷେତ୍ର ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । ସରକାର ଘୋଷଣା କରିଥିବା ପୁରୁଣା ଯାନବାହାନ ବଦଳ ନୀତି ଯୋଗୁଁ ଅଟୋମୋବାଇଲ ଶିଳ୍ପରେ ଚାହିଦା ବୃଦ୍ଧି ପାଇବ । ଏହା ଫଳରେ ଅଟୋମୋବାଇଲ ଷ୍ଟକ ଗୁଡ଼ିକରେ ବୃଦ୍ଧି ଦେଖାଦେଇଛି । ସେହିପରି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ୨୨ ହଜାର କୋଟିର ପୁଞ୍ଜିଭର୍ତ୍ତି ଘୋଷଣା ଦ୍ବାରା ବ୍ୟାଙ୍କିଙ୍ଗ୍ ଷ୍ଟକ ଗୁଡ଼ିକରେ ବୃଦ୍ଧି ଦେଖାଦେଇଛି । କୃଷି ଓ ଭିତ୍ତିଭୂମି ଉପରେ ଗୁରୁତ୍ବ ଟ୍ରାକ୍ଟର ଓ କୃଷି ଉପକରଣ କମ୍ପାନିଙ୍କ ପାଇଁ ସକାରାତ୍ମକ ରହିଛି । ଅନ୍ୟପକ୍ଷରେ ବିଭିନ୍ନ ସାମାଜିକ କ୍ଷେତ୍ରରେ ବ୍ୟୟବରାଦ ବୃଦ୍ଧି ଯୋଗୁଁ ତାହା ସାମଗ୍ରିକ ଭାବେ ଚାହିଦା ବୃଦ୍ଧି କରିବ ।

ସମ୍ବନ୍ଧିତ ଖବର