ମୁମ୍ବାଇ: ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍ କାରବାରରରେ ଉତ୍ସାହ ଲାଗି ରହିଛି। ଆଜି ଏହାର ସୂଚକାଙ୍କ ସେନ୍ସେକ୍ସ ୭୧୨ ପଏଣ୍ଟ୍ ବୃଦ୍ଧି ପାଇ ୫୭,୫୭୦ ପଏଣ୍ଟ୍ରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ସୂଚକାଙ୍କ ନିଫ୍ଟି ୨୨୯ ପଏଣ୍ଟ୍ ବୃଦ୍ଧି ପାଇ ୧୭,୧୫୮ ପଏଣ୍ଟ୍ରେ ବନ୍ଦ ହୋଇଛି। ନିବେଶକମାନେ ଧାତବ ଓ ପ୍ରଯୁକ୍ତି କଂପାନିର ସେୟାର ଅଧିକ ମାତ୍ରାରେ କିଣିବାରୁ ଲାଗାତାର ତୃତୀୟ ଦିନ ପାଇଁ ସେନ୍ସେକ୍ସରେ ବୃଦ୍ଧି ଘଟିଛି। ଗତ ତିନି ଦିନରେ ସେନ୍ସେକ୍ସରେ ୨୩୦୨ ପଏଣ୍ଟ୍ର ବୃଦ୍ଧି ହୋଇଛି। ଫଳରେ ନିବେଶକମାନଙ୍କ ସମ୍ପତ୍ତିରେ ୯ ଲକ୍ଷ କୋଟି ଟଙ୍କାରୁ ଅଧିକ ବୃଦ୍ଧି ଘଟିଛି। ଆଜି ଏସବିଆଇ ଲାଇଫ୍, ଟାଟା ଷ୍ଟିଲ୍, ହିଣ୍ଡାଲ୍କୋ, ସନ୍ ଫାର୍ମା ଓ କୋଲ୍ ଇଣ୍ଡିଆ, ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ, ଏସିଆନ୍ ପେଣ୍ଟସ୍, ଇନ୍ଫୋସିସ୍, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ବଜାଜ ଫାଇନାନ୍ସ, ୱିପ୍ରୋ, ଏଚ୍ଡିଏଫ୍ସି, ଏନ୍ଟିପିସି ଓ ଏୟାରଟେଲ୍ର ସେୟାର ମୂଲ୍ୟ ବଢ଼ିଛି। ଏଲ୍ଆଇସି ସେୟାର ମୂଲ୍ୟ ମଧ୍ୟ ବୃଦ୍ଧି ଘଟିଛି। ଅନ୍ୟ ପକ୍ଷରେ ଡକ୍ଟର ରେଡ୍ଡିସ୍, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ଏସ୍ବିଆଇ, ଆଇଟିସି ଓ ଆକ୍ସିସ୍ ବ୍ୟାଙ୍କର ସେୟାର ମୂଲ୍ୟ ହ୍ରାସ ପାଇଛି।
ସେନ୍ସେକ୍ସରେ ୭୧୨ ପଏଣ୍ଟ୍ ବୃଦ୍ଧି
/sambad/media/post_attachments/wp-content/uploads/2021/12/sensex.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)