ସେପ୍ଟେମ୍ବରରେ ଦେଶରେ ଜିଏସଟି ରାଜସ୍ବ ୧.୧୭ ଲକ୍ଷ କୋଟିକୁ ବୃଦ୍ଧି

ନୂଆଦିଲ୍ଲୀ : ନିକଟରେ ଶେଷ ହୋଇଥିବା ସେପ୍ଟେମ୍ବର ମାସରେ ଦେଶର ଜିଏସଟି ରାଜସ୍ୱ ରେକର୍ଡ ୧ ଲକ୍ଷ ୧୭ ହଜାର କୋଟି ଟପିଯାଇଛି  ।  ଏହା ସେପ୍ଟେମ୍ବର ୨୦୨୦ ତୁଳନାରେ ୨୩ ପ୍ରତିଶତ ଅଧିକ ହୋଇଥିବାବେଳେ ପୂର୍ବମାସ ଅର୍ଥାତ ଅଗଷ୍ଟ ୨୦୨୧  ତୁଳନାରେ  ପ୍ରାୟ ୪ ପ୍ରତିଶତ ଅଧିକ ।  ଅଗଷ୍ଟରେ ୧.୧୨ ଲକ୍ଷ କୋଟି ଜିଏସଟି ସଂଗ୍ରହ ହୋଇଥିଲା ।

ସେପ୍ଟେମ୍ବର ମାସରେ ସଂଗ୍ରହ ହୋଇଥିବା ୧.୧୭ ଲକ୍ଷ କୋଟିରୁ କେନ୍ଦ୍ରୀୟ ଜିଏସଟି ଟ. ୨୦୫୭୮ କୋଟି, ରାଜ୍ୟ ଜିଏସଟି ଟ.୨୬୭୬୭ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି ୬୦,୯୧୧ କୋଟି ଟଙ୍କା ଓ ସେସ ୮୭୫୪ କୋଟି ଟଙ୍କା ଅନ୍ତର୍ଭୁକ୍ତ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି  ।

ଚଳିତ ଆର୍ଥିକ ବର୍ଷର ୨ୟ ତିନିମାସରେ ଦେଶର ମାସିକ ହାରାହାରି ଜିଏସଟି ସଂଗ୍ରହ ୧ ଲକ୍ଷ ୧୫ ହଜାର କୋଟି ରହିଛି, ଯାହାକି ପ୍ରଥମ ତିନିମାସ ( ଏପ୍ରିଲ-ଜୁନ)ରେ ୧ ଲକ୍ଷ ୧୦ ହଜାର କୋଟି ଥିଲା । ପ୍ରଥମ ତିନିମାସରେ କରୋନା ମହାମାରୀର ୨ୟ ଲହରର ପ୍ରକୋପ ଅଧିକ ଥିବାରୁ ବିଭିନ୍ନ ରାଜ୍ୟ ପୁଣି ଥରେ ଲକଡାଉନ ଲାଗୁ କରିଥିଲେ । ଏହା ଫଳରେ ଅର୍ଥନୀତି ପ୍ରଭାବିତ ହେବା ସହ ଜିଏସଟି ରାଜସ୍ବ ହ୍ରାସ ପାଇଥିଲା ।

ସମ୍ବନ୍ଧିତ ଖବର