ନୂଆଦିଲ୍ଲୀ: ସେପ୍ଟେମ୍ବର ୨୦୨୪ରେ ଦ୍ରବ୍ୟ ଓ ସେବା ଟିକସ (ଜିଏସଟି) ସଂଗ୍ରହ ୧.୭୩ ଲକ୍ଷ କୋଟି ଟଙ୍କା ରହିଛି, ଯାହା କି ଗତବର୍ଷ ସମାନ ଅବଧିର ୧.୬୩ ଲକ୍ଷ କୋଟି ଟଙ୍କା ତୁଳନାରେ ୬.୫ ପ୍ରତିଶତ ଅଧିକ। ୨୦୨୪ ଅଗଷ୍ଟରେ ଜିଏସଟି ଆଦାୟ ୧.୭୪ ଲକ୍ଷ କୋଟି ଥିଲା। ଏଣୁ ପୂର୍ବମାସ ତୁଳନାରେ ସେପ୍ଟେମ୍ବରରେ ଜିଏସଟି ଆଦାୟ କମିଛି । ରିଫଣ୍ଡ ଜାରି ହେବା ପରେ ସେପ୍ଟେମ୍ବରରେ ନେଟ୍ ଜିଏସଟି ଆଦାୟ ୪ ପ୍ରତିଶତ ବୃଦ୍ଧି ପାଇ ୧.୫୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।
୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମାସ ଏପ୍ରିଲରେ ୨.୧୦ ଲକ୍ଷ କୋଟି ଟଙ୍କାର ଜିଏସଟି ଆଦାୟ ଦେଖିବାକୁ ମିଳିଥିଲା, ଯାହା କି ସର୍ବକାଳୀନ ସର୍ବାଧିକ। କିନ୍ତୁ ସେବେଠାରୁ ଆଦାୟ ହ୍ରାସ ପାଇବାରେ ଲାଗିଛି। ମେ ୨୦୨୪ରେ ଏହା ୧.୭୩ ଲକ୍ଷ କୋଟି ଟଙ୍କା, ଜୁନ୍ ରେ ୧.୬ ଲକ୍ଷ କୋଟି ଟଙ୍କା, ଜୁଲାଇ ୨୦୨୪ରେ ୧.୮୨ ଲକ୍ଷ କୋଟି ଟଙ୍କା, ଅଗଷ୍ଟରେ ୧.୭୪ ଲକ୍ଷ କୋଟି ଟଙ୍କା ଥିଲା। ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ମୋଟ ଜିଏସ୍ ଟି ଆଦାୟ ୧୦.୭୨ ଲକ୍ଷ କୋଟି ଟଙ୍କା ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/post_attachments/wp-content/uploads/2022/06/GST_Thumbnail.jpg)
