ସେସା ଆକ୍ଟିଭା ପ୍ରତିଯୋଗିତାର ବିଜେତା ହେଲେ ଯଶାଂଶୀ ମିଶ୍ର

ଭୁବନେଶ୍ୱର: ସେସା ପକ୍ଷରୁ ଗ୍ରାହକଙ୍କ ପାଇଁ ଏକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାର ବିଜେତା କାନପୁରର ଯଶାଂଶୀ ମିଶ୍ର ହୋଇଛନ୍ତି। ସେ ଏକ ହୋଣ୍ଡା ଆକ୍ଟିଭା ପାଇ ପାରିଛନ୍ତି। ଫେସ୍‌ବୁକ୍‌ ପେଜ୍‌ରେ ନିଜର ଫଟୋ ପୋଷ୍ଟ ଏବଂ ସେୟାର କରି ଏହି ପ୍ରତିଯୋଗିତାରେ ଭାଗ ନେବା ସୁଯୋଗ ଉପଭୋକ୍ତାଙ୍କ ଲାଗି ରହିଥିଲା। ଏକ କମ୍ପ୍ୟୁଟର ପଦ୍ଧତିରେ ଏହି ବିଜେତାଙ୍କୁ ଚୟନ କରାଯାଇଛି। ଆଗାମୀ ଦିନରେ ସେସା ପକ୍ଷରୁ ଗ୍ରାହକଙ୍କୁ ୫ଟି ସାମସଙ୍ଗ ସ୍ମାର୍ଟଫୋନ୍‌ ପ୍ରଦାନ ଲାଗି ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର