ବର୍ଷ ଶେଷ ସୁଦ୍ଧା ଟ୍ରାଇ ଲାଗୁ କରିବ ସେଟ୍‌-ଟପ୍‌ ବକ୍ସ ପୋର୍ଟେବିଲିଟି, ଗ୍ରାହକ ନିଜର ଡିଟିଏଚ ସେଟ୍‌-ଟପ ବକ୍ସ ବଦଳାଇପାରିବେ

ନୂଆଦିଲ୍ଲୀ : ଆସନ୍ତା ଫେବ୍ରୁଆରୀ ୧ରୁ ଟ୍ରାଇ ଦ୍ୱାରା ଡିଟିଏଚ ଓ କେବୁଲ ଟିଭି ପାଇଁ ନୂଆ ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହା ଦ୍ୱାରା ଗ୍ରାହକ ନିଜେ ନିଜର ଚ୍ୟାନେଲ ପ୍ୟାକେଜ ବାଛିପାରିବେ ଓ ଦେଖୁନଥିବା ଚ୍ୟାନେଲ ପାଇଁ ଅର୍ଥ ଦେବାକୁ ପଡିବ ନାହିଁ । ଟ୍ରାଇର ଏହି ନିୟମ ଲାଗୁ ହେବା ପରେ ଦର୍ଶକମାନେ ଉପକୃତ ହୋଇପାରିବେ, କାରଣ ତାଙ୍କର ମାସିକ ଦେୟ କମିଯିବ ।

ଗ୍ରାହକଙ୍କ ସୁରକ୍ଷା ପାଇଁ ଟ୍ରାଇ ଆଉ ଏକ ବ୍ୟବସ୍ଥା ଚଳିତ ବର୍ଷ ଶେଷସୁଦ୍ଧା ଆରମ୍ଭ କରିବାକୁ ଯାଉଛି । ତାହା ହେଉଛି ସେଟଟପ ବକ୍ସ ପୋର୍ଟେବିଲିଟି । ଆପଣ ଯଦି ନିଜର ବର୍ତ୍ତମାନ ଥିବା କେବୁଲ ବା ଡିଟିଏଚ ଅପରେଟରଙ୍କ ସେବା ନେଇ ସନ୍ତୁଷ୍ଟ ନାହାନ୍ତି, ତେବେ ଆପଣଙ୍କ ପାଇଁ କୌଣସି ଉପାୟ ନାହିଁ । କାରଣ ସେଟଟପ ବକ୍ସ ବଦଳାଯିବାର କୌଣସି ବ୍ୟବସ୍ଥା ଏବେ ନାହିଁ । କିନ୍ତୁ ନୂଆ ବ୍ୟବସ୍ଥା ଲାଗୁ ହେବା ପରେ ଆପଣ ନିଜର ସେଟଟପବକ୍ସ ବଦଳାଇପାରିବେ । ଉଦାହରଣସ୍ୱରୂପ ଆପଣ ଯଦି ଅମୁକ ଡିଟିଏଚ ସେବା ରଖିଛନ୍ତି, କିନ୍ତୁ ତା ସେବାରେ ସନ୍ତୁଷ୍ଟ ନାହାନ୍ତି ତେବେ ଆପଣ ଏହାର ସେଟଟପବକ୍ସକୁ ଅନ୍ୟ କମ୍ପାନିର ସେଟଟପବକ୍ସ ସହ ବଦଳାଇପାରିବେ । ଟ୍ରାଇର ଏହି ନୂଆ ବ୍ୟବସ୍ଥା ବର୍ଷ ଶେଷ ବେଳକୁ ଲାଗୁ ହେବ ବୋଲି ଟ୍ରାଇ ଅଧ୍ୟକ୍ଷ ଆରଏସ ଶର୍ମା କହିଛନ୍ତି ।

ସମ୍ବନ୍ଧିତ ଖବର