ମନେ କରନ୍ତୁ ଆପଣ ଘରେ ଏକ ବଡ଼ ଉତ୍ସବ ପାଳିବାକୁ ପ୍ରସ୍ତୁତି କରୁଛନ୍ତି। ଆପଣ ତାରିଖ, ରୀତିନୀତି ଓ କେତେ ଅତିଥି ଆସିବେ ଜାଣିଛନ୍ତି। କିନ୍ତୁ, ସାଜସଜ୍ଜା, ଭୋଜନ ଓ ଉପହାର ଆଦିରେ କେତେ ଖର୍ଚ୍ଚ ହେବ, ସେଥିପାଇଁ ଏକ ବଜେଟ୍ କିମ୍ବା ଉପଯୁକ୍ତ ଯୋଜନା ନଥିଲେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ। ସେହିପରି, ଲକ୍ଷ୍ୟର ଯୋଜନା ପ୍ରସ୍ତୁତି ଆବଶ୍ୟକ ଆର୍ଥିକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବା କାମ କରିଥାଏ ଯାହା ଆପଣଙ୍କୁ ସଠିକ୍ ପଥରେ ରଖିବାର ସହାୟକ ହୋଇଥାଏ।
ଆର୍ଥିକ ଲକ୍ଷ୍ୟର ପ୍ରକାର
ଆପଣ ନିଜ ଆର୍ଥିକ ଲକ୍ଷ୍ୟଗୁଡ଼ିକୁ କେତେ ଶୀଘ୍ର ହାସଲ କରିବାକୁ ଚାହୁଁଛନ୍ତି, ସେହି ଆଧାରରେ ତାହାକୁ ବିଭିନ୍ନ ଶ୍ରେଣୀରେ ସାମିଲ କରିପାରିବେ। ସେହି ଲକ୍ଷ୍ୟଗୁଡ଼ିକ ହେଉଛି:
ସ୍ୱଳ୍ପକାଳୀନ ଲକ୍ଷ୍ୟ (୧-୩ ବର୍ଷ)
ଏଗୁଡ଼ିକ ହେଉଛି ତତ୍କାଳ ଆର୍ଥିକ ଆବଶ୍ୟକତା କିମ୍ବା ଇଚ୍ଛା ଯାହା ଶୀଘ୍ର ପାଣ୍ଠି ଦରକାର କରିଥାଏ। ଉଦାହରଣ ସ୍ୱରୂପ କାର୍ କିଣିବା, ଛୁଟି ଯୋଜନା କରିବା କିମ୍ବା ଜରୁରୀକାଳୀନ ପାଣ୍ଠି ଗଠନ କରିବା। ଯେହେତୁ ସମୟ ସୀମା କମ୍, ତେଣୁ ଆପଣ ରିଟର୍ଣ୍ଣ ଅପେକ୍ଷା ନଗଦକୁ ପ୍ରାଥମିକତା ଦେଇପାରିବେ।
ମଧ୍ୟମକାଳୀନ ଲକ୍ଷ୍ୟ (୩-୭ ବର୍ଷ)
ମଧ୍ୟମକାଳୀନ ଲକ୍ଷ୍ୟ ମଧ୍ୟରେ ଆପଣଙ୍କ ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ଅର୍ଥ ଯୋଗାଣ, ଘର ପାଇଁ ଡାଉନ ପେମେଣ୍ଟ ଦେବା କିମ୍ବା ସ୍ୱପ୍ନର ବିବାହ ପାଇଁ ସଞ୍ଚୟ କରିବା ରହିଛି। ଏଭଳି ଲକ୍ଷ୍ୟ ପାଇଁ ଆପଣ ରିସ୍କ ଏବଂ ରିଟର୍ଣ୍ଣକୁ ସନ୍ତୁଳିତ କରିବା ପାଇଁ ଉଭୟ ଡେବ୍ଟ ଏବଂ ଇକ୍ୱିଟି ନିବେଶରେ ନିବେଶ କରିପାରିବେ।
ଦୀର୍ଘମିଆଦୀ ଲକ୍ଷ୍ୟ (୭ ବର୍ଷରୁ ଅଧିକ)
ଏହି ଲକ୍ଷ୍ୟଗୁଡ଼ିକ ହେଉଛି ଆପଣଙ୍କର ବଡ଼ ଆକାଂକ୍ଷା, ଯେପରିକି ଅବସର ଯୋଜନା, ପିଲାଙ୍କ ବିବାହ କିମ୍ବା ସମ୍ପତ୍ତି ସୃଷ୍ଟି । ସମ୍ପ୍ରସାରିତ ସମୟ ସୀମାକୁ ଦୃଷ୍ଟିରେ ରଖି ଆପଣ ସମ୍ଭାବ୍ୟ ଅଧିକ ପାଣ୍ଠି ଗଠନ ପାଇଁ ଅଧିକ ରିସ୍କ ନେଇପାରନ୍ତି। ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡ, ଇଣ୍ଡେକ୍ସ ଫଣ୍ଡ ଏବଂ ଅଭିବୃଦ୍ଧି ନିବେଶ ଏହି ଲକ୍ଷ୍ୟ ପୂରଣ କରିବାରେ ସାହାଯ୍ୟ କରିପାରିବ।
ପ୍ରତ୍ୟେକ ପ୍ରକାରର ଲକ୍ଷ୍ୟ ପାଇଁ ଆପଣଙ୍କ ସମୟ ସୀମା, ରିସ୍କ ନେବାର କ୍ଷମତା ଏବଂ ଆର୍ଥିକ ସ୍ଥିତି ଆଧାର କରି ଏକ ନିର୍ଦ୍ଧାରିତ ନିବେଶ ରଣନୀତି ପ୍ରସ୍ତୁତ କରିବା ଆବଶ୍ୟକ।
ଲକ୍ଷ୍ୟ ଯୋଜନା ପ୍ରସ୍ତୁତି ବେଳେ ବିଚାରଯୋଗ୍ୟ ବିଷୟ
ସମୟ ସୀମା
ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସମ୍ବନ୍ଧୀୟ ଆପଣଙ୍କ ସମୟ ସୀମା ଆପଣଙ୍କ ଆର୍ଥିକ ଉପକରଣ ଚୟନକୁ ପ୍ରଭାବିତ କରିପାରେ।
ରିସ୍କ ନେବା କ୍ଷମତା
ରିସ୍କ ଗ୍ରହଣ କରିବାର କ୍ଷମତା ଆପଣଙ୍କ ଆରାମଦାୟକ ନିବେଶ ପସନ୍ଦକୁ ପ୍ରଭାବିତ କରିଥାଏ। ଅଧିକ ରିସ୍କ ସହନଶୀଳତା ଥିବା ଲୋକମାନେ ଇକ୍ୱିଟିକୁ ପସନ୍ଦ କରିପାରନ୍ତି ଏବଂ ରକ୍ଷଣଶୀଳ ନିବେଶକମାନେ ଡେବ୍ଟ ବିକଳ୍ପ ଆଡକୁ ମୁହାଁଇପାରନ୍ତି । ସେହିଭଳି ବ୍ୟକ୍ତିଗତ ଲକ୍ଷ୍ୟ ଆଧାରରେ ହାଇବ୍ରିଡ୍ ଫଣ୍ଡ୍ କିମ୍ବା ସୂଚକାଙ୍କ ଭିତ୍ତିକ ରଣନୀତି ଉପରେ ବିଚାର କରାଯାଇପାରେ।
ମୁଦ୍ରାସ୍ଫୀତି
ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ଆପଣଙ୍କ ସଞ୍ଚୟର ପ୍ରକୃତ ମୂଲ୍ୟକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିପାରେ।
ଆୟ ଓ ଖର୍ଚ୍ଚ
ଆପଣଙ୍କ ନଗଦ ପ୍ରବାହକୁ ବୁଝିପାରିଲେ, ଆପଣ ବିଭିନ୍ନ ଲକ୍ଷ୍ୟରେ ପ୍ରଭାବଶାଳୀ ଢଙ୍ଗରେ ପାଣ୍ଠି ଆବଣ୍ଟନ କରିପାରିବେ।
ଲକ୍ଷ୍ୟଭିତ୍ତିକ ଯୋଜନା କାହିଁକି ଗୁରୁତ୍ୱପୂର୍ଣ୍ଣ?
ଶୃଙ୍ଖଳିତ ନିବେଶ
ଲକ୍ଷ୍ୟଭିତ୍ତିକ ଯୋଜନା ଆପଣଙ୍କୁ ଆପଣଙ୍କର ଦୀର୍ଘମିଆଦୀ ଉଦ୍ଦେଶ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରାଇଥାଏ, ଯାହା ଆପଣଙ୍କୁ ସ୍ୱଳ୍ପକାଳୀନ ବିଭ୍ରାନ୍ତିକୁ ଏଡାଇବାରେ ସାହାଯ୍ୟ କରିଥାଏ।
ଉନ୍ନତ ସମ୍ପତ୍ତି ଆବଣ୍ଟନ
ଲକ୍ଷ୍ୟ ଯୋଜନା ଏହା ସୁନିଶ୍ଚିତ କରିବ ଯେ ଆପଣଙ୍କ ନିବେଶ ସଠିକ୍ ସମ୍ପତ୍ତି ଶ୍ରେଣୀ (ଯେପରିକି ଦୀର୍ଘମିଆଦୀ ଅଭିବୃଦ୍ଧି ପାଇଁ ଇକ୍ୱିଟି ଏବଂ ସ୍ୱଳ୍ପକାଳୀନ ପୋର୍ଟଫୋଲିଓ ଶକ୍ତି ପାଇଁ ଋଣ ଉପକରଣ) ସହିତ ସମନ୍ବିତ ହୋଇଛି।
ତଦାରଖ ପ୍ରଗତି
ଲକ୍ଷ୍ୟଭିତ୍ତିକ ଯୋଜନା ଆପଣଙ୍କୁ ପ୍ରତ୍ୟେକ ମାଇଲ୍ଖୁଣ୍ଟ ହାସଲ କରିବାର କେତେ ନିକଟତର ତାହା ଜାଣିବାର ଅନୁମତି ଦେଇଥାଏ। ସଠିକ୍ ବାଟରେ ରହିବା ପାଇଁ ଆପଣ ଆବଶ୍ୟକ ସଂଶୋଧନ କରିପାରିବେ।
ଆର୍ଥିକ ଲକ୍ଷ୍ୟ ଯୋଜନାର ସୋପାନ
ଆପଣ କ’ଣ ହାସଲ କରିବାକୁ ଚାହୁଁଛନ୍ତି ଏବଂ କେବେ ସୁଦ୍ଧା ସେ ବିଷୟରେ ନିଶ୍ଚିତ ହୁଅନ୍ତୁ।
ଲକ୍ଷ୍ୟଗୁଡ଼ିକୁ ସ୍ୱଳ୍ପ କାଳୀନ, ମଧ୍ୟମ କାଳୀନ କିମ୍ବା ଦୀର୍ଘମିଆଦୀ ଭାବରେ ଶ୍ରେଣୀଭୁକ୍ତ କରନ୍ତୁ।
ଆପଣଙ୍କୁ କେତେ ଟଙ୍କା ଦରକାର ତାହା ହିସାବ କରନ୍ତୁ ଏବଂ ମୁଦ୍ରାସ୍ଫୀତି ଉପରେ ବିଚାର କରନ୍ତୁ।
ଲକ୍ଷ୍ୟ ସମ୍ବନ୍ଧରେ ସଠିକ୍ ନିବେଶ ଉପକରଣ ଚୟନ କରନ୍ତୁ। ଉଦାହରଣ ସ୍ବରୂପ:
କ୍ଷୁଦ୍ରକାଳୀନ ଲକ୍ଷ୍ୟ ପାଇଁ: ଲିକ୍ବିଡ୍, ଅଲଟ୍ରା ସର୍ଟ ଫଣ୍ଡ୍ କିମ୍ବା ଇକ୍ୱିଟି ସଞ୍ଚୟ ଭଳି ରକ୍ଷଣଶୀଳ ଉତ୍ପାଦ
ମଧ୍ୟମକାଳୀନ ଲକ୍ଷ୍ୟ ପାଇଁ: ମଲ୍ଟି ଆସେଟ୍ ଆଲୋକେସନ, ବାଲାନ୍ସଡ୍ ଆଡ୍ଭାଣ୍ଟେଜ ଭଳି ହାଇବ୍ରିଡ୍ ଉତ୍ପାଦ
ଦୀର୍ଘମିଆଦୀ ଲକ୍ଷ୍ୟ ପାଇଁ: ଇକ୍ୱିଟି ମ୍ୟୁଚୁଆଲ୍ ଫଣ୍ଡ୍/ ଇଣ୍ଡେକ୍ସ ଫଣ୍ଡ୍
ସମୟକ୍ରମେ ପୋର୍ଟଫୋଲିଓର ସମୀକ୍ଷା ଏବଂ ପୁନଃସନ୍ତୁଳିତ କରନ୍ତୁ ଏକ ସ୍ପଷ୍ଟ ଯୋଜନା ସହିତ ଆପଣ ଏକ ସୁରକ୍ଷିତ ଭବିଷ୍ୟତ ଆଶା କରିପାରିବେ ଓ ତାହାକୁ ପର୍ଯ୍ୟାୟକ୍ରମେ ନିର୍ମାଣ କରିପାରିବେ।
ଅସ୍ବୀକରଣ ମ୍ୟୁଚୁଆଲ୍ ଫଣ୍ଡ୍ ନିବେଶରେ ବଜାର ସମ୍ପର୍କିତ ବିପଦ ରହିଛି, ଯୋଜନା ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜକୁ ଧ୍ୟାନର ସହ ପଢନ୍ତୁ।