ନୂଆଦିଲ୍ଲୀ: ବିପୁଳ ପରିମାଣର ସମ୍ପତ୍ତି ମାଲିକ ହେବା ପରେ ଭଲ ଭାବେ ଜୀବନଯାପନ କରିବା ପାଇଁ ଭାରତ ଅନେକ ଧନୀ ବ୍ୟକ୍ତି ଦେଶ ଛାଡ଼ି ଅନ୍ୟ ଦେଶ ପଳାଉଛନ୍ତି। ଭାରତର ଧନୀମାନେ ବସବାସ ପାଇଁ ଆମେରିକା, କାନାଡା, ୟୁଏଇ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡକୁ ପସନ୍ଦ କରୁଛନ୍ତି।୨୦୧୭ରେ ଭାରତର ୭୦୦୦ ଧନୀ ଲୋକ ବିଦେଶ ପଳାଇଛନ୍ତି ବୋଲି ‘ନିଉ ଓ୍ଵାର୍ଲଡ୍ େଓ୍ଵଲଥ୍’ ରିପୋର୍ଟରେ କୁହାଯାଇଛି। ୨୦୧୬ରେ ୬୦୦୦ ଏବଂ ୨୦୧୫ରେ ୪୦୦୦ ଧନୀ ଦେଶ ଛାଡ଼ି ବିଦେଶ ଚାଲିଯାଇଥିଲେ। ଚୀନ୍ର ଅଧିକ ଧନୀ ଲୋକ ଦେଶ ଛାଡ଼ୁଥିବା ବେଳେ ଏହା ପଛକୁ ରହିଛି ଭାରତ। ତୁର୍କୀର ୬୦୦୦, ବ୍ରିଟେନ୍ର ୪୦୦୦, ଫ୍ରାନ୍ସର ୪୦୦୦ ଏବଂ ରୁଷିଆର ୩୦୦୦ ଧନୀ ବ୍ୟକ୍ତି ନିଜ ଦେଶ ଛାଡ଼ି ବାସବାସ ପାଇଁ ପସନ୍ଦର ଦେଶକୁ ଚାଲିଯାଇଛନ୍ତି। ଧନୀ ଲୋକମାନେ ଦେଶ ଛାଡ଼ି ଚାଲିଯାଉଥିବା ଭାରତ ଓ ଚୀନ୍ ପାଇଁ ଏକ ସମସ୍ୟା ନୁହେଁ। କାରଣ ପ୍ରତିବର୍ଷ ଯେତିକି ପରିମାଣର ଧନୀ ଲୋକ ଦେଶ ଛାଡ଼ୁଛନ୍ତି ତା’ଠାରୁ ଅଧିକ ଧନୀ ବ୍ୟକ୍ତି ଏଠାରେ ସୃଷ୍ଟି ହେଉଛନ୍ତି।
ସାତ ହଜାର ଧନୀ ଦେଶ ଛାଡ଼ିଲେ
/sambad/media/post_attachments/wp-content/uploads/2018/02/12006-175_title.png)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)