ସାଥୀର ଅଭାବ ପୂରା କରିବ ରୋବର୍ଟ: କେବଳ ପ୍ରେମ କି ସେକ୍ସ ନୁହେଁ, ଘର କାମ ବି କରିବ

ଲଣ୍ତନ୍ :  ହାଭାର୍ଡ ୟୁନିଭରସିଟିର ବିଶିଷ୍ଟ ଗଣିତଜ୍ଞ ଡ. କ୍ୟାଥି ଓ’ନେଲ୍‌ ଭ୍ୟବିଷ୍ୟତ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଏବେ ନିର୍ମାଣ କରାଯାଉଥିବା ସେକ୍ସ ରୋବର୍ଟ ଭବିଷ୍ୟତରେ ଯୌନଜୀବନରେ ପୁରୁଷ ଓ ନାରୀମାନଙ୍କର ଗୁରୁତ୍ୱ କମାଇବ। କେବଳ ସେକ୍ସ ପାଇଁ ନୁହେଁ, ଏହି ରୋବର୍ଟ ଖାଦ୍ୟ ବନାଇବାରୁ ନେଇ ଆହୁରି ଅନେକ ଘରୋଇ କାମ ଧନ୍ଦା କରିବ।

ଗଣିତଜ୍ଞ ଓ’ନେଲ୍‌ କହିଛନ୍ତି, ‘ପ୍ରେମ ଓ ଶାରୀରିକ ସଂପର୍କ ପ୍ରତ୍ୟେକ ପ୍ରାପ୍ତ ବୟସ୍କଙ୍କ ମୌଳିକ ଆବଶ୍ୟକତା। ଯେଉଁଭଳି ଭାବେ ମଣିଷ ଭିତରେ ରହିଥିବା ଏହି ଅାବଶ୍ୟକତାକୁ ଲକ୍ଷ୍ୟ କରି ଏହି ରୋବର୍ଟ ତିଆରି କରାଯାଉଛି ଭବିଷ୍ୟତରେ ଆଉ ମଣିଷ ମଣିଷକୁ ଆବଶ୍ୟକ କରିବେ ନାହିଁ।’

ଉଲ୍ଳେଖଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ମୁଖ୍ୟତଃ ପାଞ୍ଚ ଜଣ ଉତ୍କଷ୍ଟ ସେକ୍ସ୍‍ ରୋବର୍ଟ ନିର୍ମାଣକାରୀ ଅଛନ୍ତି। ଏହି ରୋବର୍ଟଗୁଡ଼ିକର ଦାମ ୫,୪୦୦ ଡଲାରରୁ ଆରମ୍ଭ କରି ୧୫,୭୦୦ ଡଲାର ପର୍ଯ୍ୟନ୍ତ ରହିଛି। ଏହି ସେକ୍ସ ରୋବର୍ଟ ବ୍ୟବହାର କ୍ଷେତ୍ରରେ ପୁରୁଷମାନେ ଢେର୍‌ ଆଗୁଆ ରହିଛନ୍ତି। ଏବେ ସୁଦ୍ଧା ପ୍ରାୟ ୫ ପ୍ରତିଶତ ପୁରୁଷ ଏହି ରୋବର୍ଟ ବ୍ୟବହାର କରୁଥିବାର ସୂଚନା ରହିଛି। ମାତ୍ର ଏହିପରି ଅନୁପାତ ସବୁବେଳେ ରହିବ ନାହିଁ। ଭବିଷ୍ୟତରେ ନାରୀମାନେ ମଧ୍ୟ ଏହି ରୋବର୍ଟକୁ ବହୁଳ ମାତ୍ରାରେ ବ୍ୟବହାର କରିବେ ବୋଲି ଆଶା କରାଯାଉଛି।

ସବୁଠାରୁ ମଜାଦାରିଆ କଥା ହେଉଛି ଏବେ ପୁରୁଷମାନେ ମହିଳା ଅପେକ୍ଷା ରୋବର୍ଟ ସହ ସେକ୍ସ୍‍ କରିବା ପାଇଁ ଦିନକୁ ଦିନ ବେଶି ଆଗ୍ରହ ପ୍ରକାଶ କରୁଛନ୍ତି। ନିକଟରେ ଆମେରିକାରେ ଏକ ସର୍ଭେ କରାଯାଇଥିଲା। ସେହି ସର୍ଭେରେ ୨୦ରୁ ୬୧ ବର୍ଷ ମଧ୍ୟରେ ପ୍ରାୟ ଦୁଇ ତୃତୀୟାଂଶ ପୁରୁଷ ସେକ୍ସ୍‍  ଲାଗି ମହିଳାଙ୍କ ପରିବର୍ତ୍ତେ ରୋବର୍ଟକୁ ଚୟନ କରିଥିଲେ।

ସମ୍ବନ୍ଧିତ ଖବର