ନୂଆଦିଲ୍ଲୀ: ହୁରୁନ ଭାରତୀୟ ଧନୀ ତାଲିକା ୨୦୨୫ ଅନୁସାରେ ବଲିଉଡ୍ ତାରକା ଶାହରୁଖ ଖାନ ୧.୪ ବିଲିୟନ ଡଲାର ସମ୍ପତ୍ତି ସହ ପ୍ରଥମ ଥର ପାଇଁ ବିଲିଓନେୟାର କ୍ଲବ୍ରେ ପ୍ରବେଶ କରିଛନ୍ତି। ଅନ୍ୟ ପକ୍ଷରେ ଟେସ୍ଲା ମୁଖ୍ୟ ଏଲନ୍ ମସ୍କ ଏକ ଐତିହାସିକ ଉପଲବ୍ଧି ହାସଲ କରିଛନ୍ତି। ସେ ବିଶ୍ବର ପ୍ରଥମ ବ୍ୟକ୍ତି ହୋଇଛନ୍ତି ଯାହାଙ୍କ ପାଖରେ ୫୦୦ ବିଲିୟନ ଡଲାରରୁ ଅଧିକ ସମ୍ପତ୍ତି ରହିଛି। ଅନ୍ୟ କୌଣସି ଧନୀ ଏହି ମ୍ୟାଜିକ୍ ସଂଖ୍ୟା ପାଖରେ ପହଞ୍ଚିପାରିନାହାନ୍ତି।
ଫୋର୍ବସ୍ ବିଲଓନେୟାର ତାଲିକା ଅନୁସାରେ ମସ୍କଙ୍କ ସମ୍ପତ୍ତ ୫୦୦.୧ ବିଲିୟନ୍ ଡଲାର ରହିଛି। ତାଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ଥିବା ଓରାକଲ୍ର ପ୍ରତିଷ୍ଠାତା ଲାରି ଏଲିସନଙ୍କ ସମ୍ପତ୍ତି ୩୫୦.୭ ବିଲିୟନ ଡଲାର ରହିଛି। ଗତ କିଛି ଦିନ ପୂର୍ବେ ଅଳ୍ପ ସମୟ ପାଇଁ ମସ୍କଙ୍କୁ ହଟାଇ ଏଲିସନ୍ ବିଶ୍ବର ଏକ ନମ୍ବର ଧନୀ ହୋଇଥିଲେ।